www.samajalive.in
Monday, December 15, 2025
16.1 C
Bhubaneswar

କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ ଆସାମ ରାଜ୍ୟପାଳ

କୋଣାର୍କ : ଶନିବାର ଦିବା ୨ଟା ୩୦ ମିନିଟ୍ ସମୟରେ ଆସାମର ମହାମହିମ ରାଜ୍ୟପାଳ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ। କୋଣାର୍କ ପର୍ଯ୍ୟଟନ କାର୍ୟ୍ୟାଳୟ ପକ୍ଷରୁ ସୂର୍ଯ୍ୟ ମନ୍ଦିର ମୁଖ୍ୟ ଫାଟକ ସମ୍ମୁଖରେ ମହାମହିମ ରାଜ୍ୟପାଳ ପ୍ରଫେସର ଜଗଦିଶ ମୁଖୀ ସପରିବାରଙ୍କୁ ପୁଷ୍ପଗୁଚ୍ଛ ସହ ଚନ୍ଦନ ଲଗାଇ ସ୍ଵାଗତ କରାଯାଇଥିଲା। ଆସାମର ମହାମହିମ ରାଜ୍ୟପାଳ ପ୍ରଫେସର ଶ୍ରୀ ମୁଖୀ, ଧର୍ମ ପତ୍ନୀ, ଝିଅ, ଜ୍ଵାଇଁ ସପରିବାର ପ୍ରଥମେ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ପକ୍ଷରୁ ନିର୍ମିତ ବ୍ୟାଖାନ କେନ୍ଦ୍ର ପରିଦର୍ଶନରେ ଯାଇଥିଲେ। ସେଠାରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ଐତିହ୍ୟ, ସଂସ୍କୃତି, ଭାସ୍କର୍ଯ୍ୟ ଓ ଇତିହାସକୁ ନେଇ ପ୍ରସ୍ତୁତ ପ୍ରାମାଣିକ ଚିତ୍ରର ଉପଭୋଗ କରିଥିଲେ। ଏହି ବ୍ୟାଖାନ କେନ୍ଦ୍ର ଠାରେ ସୂର୍ଯ୍ୟ ମନ୍ଦିର ସମ୍ପର୍କରେ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କ ଦ୍ୱାରା ଅଙ୍କିତ ଐତିହ୍ୟ ଓ ପରମ୍ପରାକୁ ନେଇ ପ୍ରସ୍ତୁତ କଳାକୃତିକୁ ଵୁଲି ଦେଖିଥିଲେ। ପରେ ରାଜ୍ୟପାଳ ପ୍ରଫେସର ମୁଖୀ ସପରିବାର ବିଶ୍ୱ ଐତିହ୍ୟ କୋଣାର୍କର ସୂର୍ଯ୍ୟମନ୍ଦିର ପରିଦର୍ଶନ ରେ ଯାଇଥିଲେ। ସରକାରୀ ସ୍ଵୀକୃତିପ୍ରାପ୍ତ ଗାଇଡ ଆଭାସ ଚରଣ ମହାନ୍ତି ସୂର୍ଯ୍ୟମନ୍ଦିରର ଐତିହ୍ୟ, ପ୍ରାଚୀନ କାଳ ,ସ୍ଥାପତ୍ୟ, ଭାସ୍କର୍ୟ୍ୟ ଓ ଇତିହାସ ସମ୍ପର୍କରେ ପୁଖାଂନୁପୁଖ ଭାବରେ ଆସାମର ରାଜ୍ୟପାଳ ଓ ସପରିବାରଙ୍କୁ ଅଵଗତ କରାଇଥିଲେ। ଏହି ଗ୍ରସ୍ତ ସମୟରେ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଏମ ଶ୍ରୀ ନିବାସ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ ଓ କୋଣାର୍କ ଥାନା ଅଧିକାରୀ ସଂଜୀବ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଗ୍ରସ୍ତ ସମୟରେ କୋଣାର୍କ ଥାନା ଅଧିକାରୀ ସଂଜୀବ କୁମାର ପ୍ରଧାନଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories