www.samajalive.in
Sunday, December 7, 2025
23.1 C
Bhubaneswar

ଆଇନଜୀବୀଙ୍କୁ ଶ୍ରଦ୍ଧାଞ୍ଜଳି

ବଡମ୍ବା: ନରସିଂହପୁରର ବରିଷ୍ଠ ଆଇନଜୀବୀ ଭାଗିରଥି ମିଶ୍ରଙ୍କ ବିୟୋଗରେ ବଡ଼ମ୍ବାର ବିଭିନ୍ନ ମହଲରେ ଗଭୀର ଶୋକପ୍ରକାଶ ପାଇଛି। ସ୍ୱର୍ଗତ ମିଶ୍ରଙ୍କୁ ସ୍ଥାନୀୟ ଓକିଲ ସଂଘ ତରଫରୁ ଅଦାଲତ ପରିସରରେ ଏବଂ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ ବିଜେଡି ଦଳ ତରଫରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ଆଇନଜୀବୀ ସ୍ୱର୍ଗତ ମିଶ୍ରଙ୍କ ପାର୍ଥିବ ଶରୀରରେ ଆଇନଜୀବୀ କୈଳାସ ଚନ୍ଦ୍ର ଜେନା, ସନ୍ତୋଷ କୁମାର ପଟ୍ଟନାୟକ, ନାରାୟଣ ଦାଶ, ବିଦୁଭୂଷଣ ମହାନ୍ତି, ବିଜୟ ମିଶ୍ର, ଦୁର୍ଗାପ୍ରସାଦ ସାହୁ, ସରୋଜ ବେଉରା, ପରେଶ ମହାନ୍ତି, ପ୍ରଶାନ୍ତ ନାୟକ, ଅମୂଲ୍ୟ ପାଣିଗ୍ରାହୀ, ଗିରିଜା ପ୍ରସାଦ ମିଶ୍ର, ମନୋଜ ପଣ୍ଡା, ଲକ୍ଷ୍ମୀ ପାଳ, ସଞ୍ଜୁ ଦେଈ, ଅମରେଶ ରଥ, ବିଷ୍ଣୁ ଆଚାର୍ଯ୍ୟ, ଅଖିଳ ଦାସ, ପ୍ରସନ୍ନ ମଲ୍ଲିକ ପ୍ରମୁଖ ଶ୍ରଦ୍ଧା ସୁମନ ଜଣାଇଥିଲେ । ବ୍ଲକ ବିଜେଡି ସଭାପତି ତଥା ଜିଲାପରିଷଦ ରବିନ୍ଦ୍ର କୁମାର ସାହୁ, ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ପୂର୍ବତନ ବ୍ଲକ ବିଜେଡି ସଭାପତି ସୁବାସ ସାହୁଙ୍କ ସମେତ ଦଳର ବହୁ ନେତା ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । ପୁତ୍ର ଆଇନଜୀବୀ ଲଳିଟେନ୍ଦୁ ମିଶ୍ର ଓ ଶୋକାତୁର ପରିବାର ସଦସ୍ୟଙ୍କୁ ସମବେତ ନେତୃମଣ୍ଡଳୀ ଓ ଆଇନଜୀବୀମାନେ ଗଭୀର ଶୋକବ୍ୟକ୍ତ କରିବା ସହ ସମବେଦନା ଜଣାଇଥିଲେ । ବଡ଼ମ୍ବା ଓକିଲ ସଂଘ ତରଫରୁ ଏକ ଶୋକସଭା କରାଯାଇଥିଲା ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories