www.samajalive.in
Sunday, December 7, 2025
14.1 C
Bhubaneswar

ବିଷାକ୍ତ ଖାଦ୍ୟନେଲା ଭାଇଭଉଣୀଙ୍କ ଜୀବନ

ବଡ଼ମ୍ବା : ବିଷାକ୍ତ ଖାଦ୍ୟଖାଇ ବଡ଼ମ୍ବା ଥାନା ଅନ୍ତର୍ଗତ ବୀରବରପୁର ଗ୍ରାମର ଗୋଟିଏ ବୁଣାକାର ପରିବାର ଛାରଖାର ହୋଇଯାଇଛି। ଏହି ଘଟଣାରେ ସଂପୃକ୍ତ ପରିବାରର ପୁଅ ଝିଅଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ସେମାନଙ୍କ ବାପ ମାଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସଙ୍କଟାପନ୍ନ ଥିବା ଜଣାଯାଇଛି। ତେବେ ଆଶ୍ଚର୍ଯ୍ୟର ବିଷୟ ଗତ ୧ ତାରିଖ ଗୁରୁବାର ଏହି ଘଟଣା ଘଟିଥିବା ବେଳେ ପୁଲିସ ପ୍ରଶାସନ ପାଖରେ ଏ ଖବର ନଥିବା ପ୍ରକାଶ।
ସ୍ଥାନୀୟ ଲୋକଙ୍କଠୁ ମିଳିଥିବା ସୂଚନାନୁଯାୟୀ  ବୀରବରପୁର ଗ୍ରାମର ଗୋବିନ୍ଦ ପାତ୍ରଙ୍କ ସପରିବାର ଗୁରୁବାର ସଂଧ୍ୟାରେ ଘରେ ପ୍ରସ୍ତୁତ ଖାଦ୍ୟ ସହିତ ଚାଟ୍ ଖାଇଥିଲେ। ତେବେ ବିଳମ୍ବିତ ରାତିରେ ପରିବାରର ସମସ୍ତଙ୍କର ଅଚାନକ ଝାଡ଼ାବାନ୍ତି ହୋଇଥିଲା। ଅବସ୍ଥା ଅଣାୟତ ହେବାରୁ ସପରିବାର ଶୁକ୍ରବାର ଦିନ ପ୍ରାୟ ୧୨ଟା ବେଳକୁ ନିକଟସ୍ଥ ମାଣିଆବନ୍ଧ ଚିକିତ୍ସାଳୟକୁ ଆସିଥିଲେ। ଆଶୁ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଏବଂ ଦେହରେ ମାତ୍ରାଧିକ ବିଷ ସଂକ୍ରମିତ ହୋଇ ଯାଇଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ଲାଗି କଟକ ପଠାଯାଇଥିଲା।
ତେବେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ବିଳମ୍ବିତ ରାତିରେ ଗୋବିନ୍ଦ ପାତ୍ରଙ୍କ ପୁଅ (୧୨) ଏବଂ ଝିଅ (୮) ଙ୍କର ମୃତ୍ୟୁ ଘଟିଥିଲା। ଏକ ଶୋକାକୁଳ ପରିବେଶରେ ଭାଇଭଉଣୀଙ୍କର ଶେଷକୃତ୍ୟ ସରିଥିବା ସ୍ଥାନୀୟ ଲୋକ କହିଥିବା ବେଳେ ପୁଲିସ ପାଖରେ ଏନେଇ ସୂଚନା ନଥିବା ପ୍ରକାଶ। ଅପରପକ୍ଷରେ ଏବେ ମୃତକଙ୍କ ପିତାମାତାଙ୍କ ଚିକିତ୍ସା ଜାରି ରହିଛି ଯଦିଓ ସେମାନଙ୍କ ଅବସ୍ଥା ବିପଦମୁକ୍ତ ନଥିବା ଗ୍ରାମବାସୀ କହିଛନ୍ତି।
ବିଶେଷ କରି ମାଆ ରୁନୁବାଳା ପାତ୍ର ଏବେ ଅଧିକ ଗୁରୁତର ଥିବା ନିକଟତମଙ୍କ ସୂତ୍ରରୁ ଜଣାଯାଇଛି। ଘଟଣାକୁ ୩ଦିନ ବିତିବାକୁ ବସିଥିବା ବେଳେ ଥାନାରେ ଏନେଇ କୌଣସି ଅଭିଯୋଗ ନଥିବାରୁ ଘଟଣା ସମ୍ପର୍କରେ ଖବରପାଇ ସଂପୃକ୍ତ ବୀରବର ଗ୍ରାମକୁ ପୁଲିସ ଯାଉଥିବା ବଡ଼ମ୍ବା ଥାନା ଅଧିକାରୀ ନିରଞ୍ଜନ ଦାସ କହିଛନ୍ତି। କିଭଳି ଏବଂ କେଉଁ ପରିସ୍ଥିତିରେ ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଲା ତାକୁ ନେଇ କେହି ସାହିପଡ଼ିଶା କଳ୍ପନା କରି ପାରୁନାହାନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories