www.samajalive.in
Sunday, December 7, 2025
15.1 C
Bhubaneswar

ପ୍ରଥମ ଗୋପୀନାଥପୁର ଅକ୍ଷୟତୃତୀୟା ମହୋତ୍ସବ ଉଦ୍ୟାପିତ

ବଡ଼ମ୍ବା : ତିନିଦିନ ଧରି ଅନୁଷ୍ଠିତ ପ୍ରଥମ ଗୋପୀନାଥପୁର ଅକ୍ଷୟତୃତୀୟା ମହୋତ୍ସବ ଗୁରୁବାର ଉଦ୍ୟାପିତ ହୋଇଛି। ପବିତ୍ର ଅକ୍ଷୟତୃତୀୟା ଅବସରରେ ଅନୁଷ୍ଠିତ ଏହି ପାରମ୍ପରିକ ଉତ୍ସବକୁ ଝଡ଼ତୋଫାନ ବର୍ଷା ଦାଉ ସାଜିଥିଲେ ସୁଦ୍ଧା ସ୍ଥାନୀୟ ଲୋକେ ଏହାର ଭରପୁର ମଜା ଉଠାଇଥିଲେ। ଉଦ୍ୟାପନୀ ସଂଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ବିଧାୟକ ଦେବୀ ପ୍ରସାଦ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ମଧ୍ୟଯୁଗୀୟ କଳାସ୍ଥାପତ୍ୟର ଐତିହ ବହନ କରୁଥିବା ବାବା ସିଂହନାଥ ଦେବଙ୍କ ପୀଠରେ ଅନୁଷ୍ଠିତ ଏହି ପାରମ୍ପରିକ ଉତ୍ସବ ଅତିତର ଗ୍ରାମୀଣ ସଂସ୍କୃତିକୁ ମହୋତ୍ସବ ଦ୍ୱାରା ଏକ ନୂତନ ପରିପାଟିରେ ସଜେଇ ହୋଇଥିବା କହିଥିଲେ। ମହୋତ୍ସବ କମିଟିର ସମ୍ପାଦକ ଡାକ୍ତର ନିରଞ୍ଜନ ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ସଭାରେ ସ୍ଥାନୀୟ ଜିଲାପରିଷଦ ସଦସ୍ୟ ରବିନ୍ଦ୍ରକୁମାର ସାହୁ,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ,ଗୋପୀନାଥପୁର ସରପଞ୍ଚ ଯଯାତି କେଶରୀ ନାୟକ,ସମିତିସଭ୍ୟ ଜିତେନ୍ଦ୍ରକୁମାର ମଲ୍ଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସଙ୍ଗୀତ ଗୁରୁ ପ୍ରଫୁଲ୍ଲକୁମାର ଶତପଥୀଙ୍କ ପରିଚାଳନାରେ ମହୋତ୍ସବ ଅବସରରେ ରାଜ୍ୟର ପ୍ରତିଷ୍ଠିତ ଅନୁଷ୍ଠାନ ଏବଂ କଳାକାରଙ୍କ ଦ୍ୱାରା ଭଜନ ,ଓଡ଼ିଶୀ ଏବଂ ଲୋକନୃତ୍ୟ ପରିବେଷଣ କରାଯାଇଥିଲା। ମୀନା ବଜାର,ରାମ ଦୋଳି ଏବଂ ମନହରି ଦୋକାନ ସାଙ୍ଗକୁ ଦର୍ଶକମାନେ ମହୋତ୍ସବ ଅବସରରେ ପଡ଼ିଥିବା ଯାତ୍ରାପାଟି ଉପଭୋଗ କରିଥିଲେ। ଉତ୍ସବ ପଡ଼ିଆ ସମେତ ଗୋପୀନାଥପୁର ବଜାରକୁ ଆକର୍ଷଣୀୟ ଆଲୋକମାଳାରେ ସାଜସଜ୍ଜା କରାଯାଇଥିବା ବେଳେ ଏହି ପାରମ୍ପରିକ ଉତ୍ସବ ଅବସରରେ ସାହିସାହିରେ ପୂଜାମଣ୍ଡପମାନ କରାଯାଇଥିଲା। ଗ୍ରାମବାସୀଙ୍କ ସହଯୋଗରେ ପ୍ରଥମକରି ଅନୁଷ୍ଠିତ ଏହି ମହୋତ୍ସବ ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଥିବା ଜଣାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories