ନୂଆଦିଲ୍ଲୀ : ପୁଣି ହାଣ୍ଡିଶାଳରେ ମହଙ୍ଗା ମାଡ। ବଢିଲା ଘରୋଇ ଏଲପିଜି ସିଲିଣ୍ଡର ଦର। ଦେଶରେ ମହଙ୍ଗା ମାଡରୁ ବ୍ୟସ୍ତବିବ୍ରତ ଲୋକଙ୍କୁ ପୁଣି ଏକ ଝଟକା ଲାଗିଛି। ସରକାର ଘରୋଇ ଏଲପିଜି ସିଲିଣ୍ଡର ଦର ବୃଦ୍ଧି କରିଛନ୍ତି। ବର୍ତ୍ତମାନ ୧୪.୨ କିଲୋ ଘରେ ବ୍ୟବହୃତ ହେଉଥିବା ସିଲିଣ୍ଡର ମୂଲ୍ୟରେ ୫୦ ଟଙ୍କା ବୃଦ୍ଧି ହୋଇଛି। ରାଜଧାନୀରେ ଆଜି ଠାରୁ ଘରୋଇ ସିଲିଣ୍ଡର ମୂଲ୍ୟ ୯୯୯.୫୦ ଟଙ୍କା ହୋଇ ଯାଇଛି।
ସୂଚନା ଯୋଗ୍ୟ, ମେ ୧ରେ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ବୃଦ୍ଧି କରାଯାଇଛି। ମାତ୍ର ସେହି ସମୟରେ ଘରୋଇ ସିଲିଣ୍ଡର ମୂଲ୍ୟରେ ବୃଦ୍ଧି କରାଯାଇ ନଥିଲା। ଏହାପୂର୍ବରୁ ଏପ୍ରିଲ ମାସରେ ମଧ୍ୟ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୨୫୦ ଟଙ୍କା ବୃଦ୍ଧି ହୋଇଥିଲା।
ହାଣ୍ଡିଶାଳରେ ମହଙ୍ଗା ମାଡ ; ପୁଣି ବଢିଲା ଘରୋଇ ଗ୍ୟାସ ସିଲିଣ୍ଡର ଦର
Popular Categories



