www.samajalive.in
Sunday, December 14, 2025
17.1 C
Bhubaneswar

ଦୁର୍ଗମ ଅଞ୍ଚଳରେ ପହଞ୍ଚିବ ରେଡିଓ ବସୁଧା – ଜିଲାପାଳ

କାମାକ୍ଷାନଗର : ଢେଙ୍କାନାଳ ଜିଲା କାମାକ୍ଷାନଗରଠାରେ ରେଡିଓ ‘ବସୁଧା’ର ଶୁଭ ଉଦଘାଟନ ଦ୍ୱିତୀୟ ଦିବସରରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀ ଯୋଗଦେଇ ଦୁର୍ଗମ ଅଞ୍ଚଳର ଏକୁଲ ସେକୁଲ ଓ ପୁଟିପାଳ ଆଦି ଗାଁରେ ରେଡିଓ ‘ବସୁଧା’ ପହଞ୍ଚି ପାରିବ। ହାତୀମାନଙ୍କର ଗତିବିଧି ହେଉ କି ସରକାରୀ ଯୋଜନା ସମ୍ପର୍କିତ ସୂଚନା, ଶିକ୍ଷା ଓ ସଂଚାରଣ କ୍ଷେତ୍ରରେ ରେଡିଓ ‘ବସୁଧା’ର ପ୍ରମୁଖ ଭୂମିକା ରହିଛି ବୋଲି କହିଥିଲେ। ଓଡିଶା ଗୋଷ୍ଠୀ ବେତାର କେନ୍ଦ୍ରର ସଭାପତି ସୟଦ ଅବଦୁଲ ସଫିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅନ୍ୟତମ ଅତିଥି ଭାବେ ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ର ଯୋଗଦେଇ ରେଡିଓ ‘ବସୁଧା’ ଲୋକମାନଙ୍କୁ ସଚେତନ କରିବା ସହିତ ସୂଚନା ପ୍ରଦାନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶାବ୍ୟକ୍ତ କରିଥିଲେ ।

ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ କର ଯୋଗଦେଇ ରେଡିଓ ବସୁଧା ଭଳି ଗୋଷ୍ଠୀ ବେତାର କେନ୍ଦ୍ର ଲୋକଙ୍କ ବିକାଶ ଓ ସଚେତନତାର ପ୍ରମୁଖ ମାଧ୍ୟମ ହେବ ବୋଲି କହିଥିଲେ। ଅତିରିକ୍ତ ଜିଲାପାଳ ଉଦୟ କୁମାର ମହାପାତ୍ର ଛୋଟ ଦୁର୍ବିପାକ, ବଜ୍ରପାତ, ସାପ କାମୁଡାଠାରୁ ଆରମ୍ଭ କରି ବଡ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କିତ ସୂଚନା ପ୍ରସାରଣରେ ଏହି ବେତାର କେନ୍ଦ୍ର ଗୁରୁଦାୟିତ୍ୱ ନେଉ ବୋଲି କହିଥିଲେ । ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତିଶଙ୍କର ସାହୁ, କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ପ୍ରମୁଖ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ବସୁଧା ଲୋକଙ୍କ ସେବାରେ ଆସିବ ବୋଲି କହିଥିଲେ। ଜିଲା ସାାମ୍ବାଦିକ ସଂଘର ସଂପାଦକ ସତ୍ୟସ୍ୱରୂପ ଦାସ ସ୍ୱାଗତ ଭାଷଣ ଓ ସ୍ୱେଚ୍ଛାସେବୀ ସଂସ୍ଥା ଇଡିଅଟର ଉପଦେଷ୍ଟା ବିପିନ ବିହାରୀ ଶତପଥୀ ଧନ୍ୟବାଦ ଦେଇଥିଲେ। ଅଧ୍ୟାପକ ସୁରେଶ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories