www.samajalive.in
Sunday, December 14, 2025
26.1 C
Bhubaneswar

ଅଭିଯୁକ୍ତଙ୍କ ଘରୁ ୨୫୦ କେଜି ଗଞ୍ଜେଇ ଜବତ

ଫୁଲବାଣୀ : କନ୍ଧମାଳ ଜିଲାର ବିଭିନ୍ନ ବ୍ଲକରେ ଅପେରସନ ନୀଳ ଜହର ଜୋର ଧରିଛି। କନ୍ଧମାଳ ପୁଲିସ ବିଭିନ୍ନ ସ୍ଥାନରେ ଛାପା ମାରି ବହୁ ପରିମାଣରେ ଗଞ୍ଜେଇ ଜବତ କରୁଥିବାବେଳେ କିଛି କିଛି ସ୍ଥାନରେ ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରୁଥିବା ଦେଖିବାକୁ ମିଳୁଛି। ଆଜି ଗୋଛାପଡା ପୁଲିସ ହାତରେ ଲାଗିଛି ଆଉ ଏକ ସଫଳତା। ଗୋଛାପଡା ଥାନା ଅନ୍ତର୍ଗତ ବିଲୁରୀ ଗାଁର ସ୍ବର୍ଗତ କାଟଲା କହଁରଙ୍କ ପୁଅ ତୁମ୍ବେଶ୍ୱର କହଁରଙ୍କ ଘରୁ ୨୫୦ କେଜି ଗଞ୍ଜେଇ ଜବତ କରାଯାଇଛି। ଯାହାକୁ ନେଇ ଗୋଛାପଡା ଥାନାରେ କେସ ନଂ ୭୪/୨୩ ରେ ଏକ ମାମଲା ରୁଜୁ କରାଯାଇଛି। ପୁଲିସ ସୂତ୍ରରୁରୁ ପ୍ରକାଶ କି ଅଭିଯୁକ୍ତ ତୁମ୍ବେଶ୍ୱର କହଁର କୌଣସି ଉପାୟରେ ଘଟଣା ସ୍ଥଳରୁ ଫେରାର ହେବାରେ ସଫଳ ହୋଇଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories