www.samajalive.in
Sunday, December 14, 2025
19.1 C
Bhubaneswar

ତୁରେକେଲା ବ୍ଳକରେ ଜି୨୦ ଜନ ଭାଗିଦାରୀ କାର୍ଯ୍ୟକ୍ରମ, ଭାଷା ଓ ସଂଖ୍ୟା ଜ୍ଞାନ ଉପରେ ଆଲୋକପାତ

କଣ୍ଟାବାଞ୍ଜୀ: ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା କ୍ଳଷ୍ଟର ଅଧୀନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ ତୁରେକେଲାଠାରେ ଜନ ଭାଗିଦାରୀ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ତୁରେକେଲା କ୍ଳଷ୍ଟରର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ଫକୀର ଚରଣ ବିଶି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଭାପତି ଓ ଜଳନ୍ଧର ମହାକୁଡ଼, ସରପଞ୍ଚ, ତୁରେକେଲା ପଞ୍ଚାୟତ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ। ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଂପର୍କିତ ସଚେତନତା କାର୍ଯ୍ୟକ୍ରମ ଉପରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। କରୋନା ଯୋଗୁଁ ଛାତ୍ରଛାତ୍ରୀମାନଙ୍କର ଭାଷା ଓ ସଂଖ୍ୟାଜ୍ଞାନ ଉପରେ ସାଧାରଣ ଦକ୍ଷତା ହାସଲ କରିପାରିନାହାଁନ୍ତି ତେଣୁ ୨୦୨୬-୨୭ ସୁଦ୍ଧା ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ଅନୁରୋଧ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଡାଳିମ୍ବ ମେହେର, ସୁଭଦ୍ରା ମେହେର,ଶିକ୍ଷକ ଦେବ ବଗର୍ତ୍ତୀ, ପ୍ରଫୁଲ୍ଲ ମାଝୀ, ବିମଳ ଧରୁଆ, ପୀତାମ୍ବର ଲୁହା, ସୁରୁମଣି ମେହେର, ଡମ୍ବରୁଧର ମେହେର, ହିମାଂଶୁ ଶେଖର ସାହୁ,ଗୋପାଳ ଧରୁଆଙ୍କ ସମେତ କ୍ଳଷ୍ଟରର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା, ଜନପ୍ରତିନିଧି ଉପସ୍ଥିତ ଥିଲେ।ତଦନୁସାରେ ମାନ୍ଦଲା କ୍ଳଷ୍ଟରର ମାନ୍ଦଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଳଷ୍ଟର ସଂଯୋଜକ ଧନସିଂ ମାଝୀଙ୍କ ତତ୍ତ୍ୱାବଧାନରେ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

- Advertisement -

ମୁଖ୍ୟଅତିଥି ଭାବରେ ସୂର୍ଯ୍ୟକାନ୍ତ ରଣା, ପ୍ରଧାନଶିକ୍ଷକ, ସାଲେପଡା ଉଚ୍ଚ ବିଦ୍ୟାଳୟ ଯୋଗ ଦେଇ ଭାଷା ଓ ସଂଖ୍ୟା ଜ୍ଞାନ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ରୋହିତାଶ୍ୱ ନାଗ,ସ୍ୱର୍ଣ୍ଣପ୍ରଭା ଓତା, ସୂର୍ଯ୍ୟମଣୀ ମହାନ୍ତି ତଥା ମାନ୍ଦଲା କ୍ଳଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories