www.samajalive.in
Monday, December 15, 2025
14.1 C
Bhubaneswar

ରେଳମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ମୃତକ ତଥା ଅକର୍ମଣ୍ୟ ପରିବାରଙ୍କୁ ଚାକିରି ମିଳୁ: କଂଗ୍ରେସ

ଭୁବନେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ। ଏଥିସହ ପ୍ରାଣ ହରାଇଥିବା ଓ ପଙ୍ଗୁ ହୋଇଯାଇଥିବା ପରିବାରରୁ ଜଣଙ୍କୁ ଚାକିରି ଦେବା ପାଇଁ ମଧ୍ୟ ଦଳ ପକ୍ଷରୁ ଦାବି କରାଯାଇଛି। ସୋମବାର ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ଶୋକସନ୍ତପ୍ତ ପରିବାରମାନଙ୍କ ପାଇଁ ସମବେଦନା ଜ୍ଞାପନ କରିବା ସହ ଏଭଳି ଦାବି କରିଛନ୍ତି। ଏହା ବ୍ୟତୀତ ସ୍ଥାନୀୟ ବାଲେଶ୍ୱର ଓ ବାହାନଗାବାସୀ ଦେବଦୂତ ସାଜି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବାରୁ ପିସିସି ସଭାପତି କୃତଜ୍ଞତା ଜଣାଇଛନ୍ତି ।

୨୦୧୭ ମସିହାରୁ ଆଜି ପର୍ଯ୍ୟନ୍ତ ରେଳ ବିଭାଗର ୩ଲକ୍ଷ ୧୨ ହଜାର ପଦବୀରୁ ଅଧିକ ପୂରଣ ନହୋଇ ପଡ଼ିରହିଛି । ତନ୍ମମଧ୍ୟରୁ ୧ଲକ୍ଷ ୪୦ ହଜାର ପଦବୀ କେବଳ ସୁରକ୍ଷା ଓ ନିରାପତ୍ତା କ୍ଷେତ୍ର ପାଇଁ ଉଦ୍ଦିଷ୍ଟ । ବର୍ଷ ବର୍ଷ ଧରି ଏହିବୁ ଗରୁତ୍ୱପୂର୍ଣ୍ଣ ପଦବୀ କେନ୍ଦ୍ରର ବିଜେପି ସରକାର ଜାଣିଶୁଣି ପୂରଣ କରୁନାହାନ୍ତି । ଶୁକ୍ରବାର ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଯେଉଁ ମର୍ମନ୍ତୁଦ ଓ ହୃଦୟ ବିଦାରକ ରେଳ ଦୁର୍ଘଟଣା ଘଟିଲା ତାହା ହେଉଛି ଏ ଶତାବ୍ଦୀର ସବୁଠାରୁ ବଡ଼ ରେଳ ଦୁର୍ଘଟଣା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସରକାର ଜାଣିଶୁଣି ପ୍ରକୃତ ମୃତକଙ୍କ ସଂଖ୍ୟା ଲୁଚାଉଛନ୍ତି । ପ୍ରକୃତରେ ମୃତକ ସଂଖ୍ୟା ସରକାରଙ୍କଠାରୁ ପ୍ରକାଶିତ ସଂଖ୍ୟାରୁ ଢ଼େର ଅଧିକ ବୋଲି ଯେ କେହି ସ୍ୱୀକାର କରିବ। ନରେନ୍ଦ୍ର ମୋଦୀଙ୍କ ସରକାର ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ନଦେବା ପାଇଁ ମୃତଶରୀର ଉପରେ ରାଜନୀତି କରୁଛନ୍ତି ବୋଲି ଅତି କୋଠାର ଭାଷାରେ ସେ କହିଛନ୍ତି ।

- Advertisement -

୨୦୧୨ ମସିହା ଉପା ସରକାର ସମୟରେ ରେଳ ଦୁର୍ଘଟଣା ନିରୋଧ ଯନ୍ତ୍ରାଂଶକୁ(ଆଣ୍ଟି କୋଲିଜନ ଡିଭାଇସ) କଂଗ୍ରେସ ସରକାର ସମୟରେ ବିକଶିତ କରାଯାଇଥିଲା । ପରବର୍ତ୍ତୀ ୨୦୧୪ ପରେ ମୋଦୀ ଏହାର ନାମକୁ ପରିବର୍ତ୍ତନ କରି କବଚ ବୋଲି ପ୍ରଚାରତନ୍ତ୍ର ମାଧ୍ୟମରେ ପ୍ରଚାର କରି କହିଥିଲେ କବଚ ଦ୍ୱାରା ଭାରତ ବର୍ଷର ରେଳ ଦୁର୍ଘଟଣା ଆଉ ହେବନାହିଁ । ଧନଜୀବନ କ୍ଷତି ହେବନାହିଁ । କିନ୍ତୁ ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହି ୯ବର୍ଷରେ ମାତ୍ର ୩୭୩ କୋଟି ଟଙ୍କା ବଜେଟର ଅର୍ଥ ବ୍ୟୟବରାଦ କରିଛନ୍ତି କବଚର କାର୍ଯ୍ୟକାରୀ ପାଇଁ । କିନ୍ତୁ ଏ ପର୍ଯ୍ୟନ୍ତ ଇଷ୍ଟକୋଷ୍ଟ ରେଲୱେ କିମ୍ବା ଦକ୍ଷିଣ ପୂର୍ବ ରେଳ ବିଭାଗରେ ଗୋଟିଏ ବି ଟ୍ରାକରେ କବଚ ଲଗାଯାଇ ନାହିଁ । କେନ୍ଦ୍ର ରେଳବାଇ ଓଡ଼ିଶାରୁ ମାଲପରିବହନ ଓ ଯାତ୍ରୀ ପରିବହନ କ୍ଷେତ୍ରରୁ ୨୦ ହଜାର କୋଟି ଟଙ୍କା ବାର୍ଷିକ ଆୟ କରୁଥିବା ବେଳେ ଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ୫ ହଜାର କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁନାହାନ୍ତି ବୋଲି କହିଛନ୍ତି ଶରତ ପଟ୍ଟନାୟକ।

ଦୁଇ ଦିନ ପୂର୍ବରୁ ଖୋଦ ରେଳମନ୍ତ୍ରୀ ଘୋଷଣା କରି କହିଲେ ତଦନ୍ତ ଶେଷ ହେଲା, ଦୋଷୀ ଚିହ୍ନଟ ହୋଇ ସାରିଲା ଏବଂ ଦୋଷର କାରଣ ଟ୍ରାକ୍‌ର ଇଣ୍ଟରଲକିଂ ଫେଲୱର କଥା କୁହାଗଲା। କିନ୍ତୁ ୮-୧୦ ଘଣ୍ଟା ନପୁରୁଣୁ ଏ କଥାକୁ ବଦଳାଇ ଦିଆଗଲା ଏବଂ ସିବିଆଇ ଦ୍ୱାର ଏହାର ତଦନ୍ତ କରାଯିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଲେ ବୋଲି ଘୋଷଣା କରାଗଲା । ଭାରତବର୍ଷର ଇତିହାସରେ ରେଳ ଦୁର୍ଘଟଣାରେ ପ୍ରଥମଥର ପାଇଁ ସିବିଆଇକୁ ତଦନ୍ତ ଭାର ଦିଆଯାଉଛି। ଏଥିରେ କ’ଣ ଅପରାଧ ରହିଛି? ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବା ସହି ମୃତକଙ୍କ ପରିବାର ତଥା ଗୁରୁତର ଆହତ ଓ ପଙ୍ଗୁ ପରିବାରଙ୍କୁ ସରକାରୀ ଚାକିରୀ ଦେବାପାଇଁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ତତ୍ ସହିତ ଏଭଳି ଏକ ରେଳ ଦୁର୍ଘଟଣାର ଦାୟିତ୍ୱ ନିଜେ ରେଳମନ୍ତ୍ରୀ ନେଇ ସେ ଶୀଘ୍ର ଇସ୍ତଫା ପ୍ରଦାନ କରନ୍ତୁ ବୋଲି ସେ ଦାବି କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories