www.samajalive.in
Monday, December 15, 2025
26.1 C
Bhubaneswar

ଉତ୍କଳ ବିଶ୍ବବିଦ୍ୟାଳୟରେ ବିଶ୍ବ ପରିବେଶ ଦିବସ ପାଳିତ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଗୋପବନ୍ଧୁ ଛାତ୍ରାବାସ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ପ୍ରଫେସର ନବନିତା ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ ନିଜେ ବ୍ୟକ୍ତିଗତ ସ୍ତରରେ ସଜାଗ ହେଲେ ସମାଜ ଆପେ ଆପେ ସଜାଗ ହୋଇବ ଏବଂ ସମସ୍ତେ ପ୍ରତ୍ୟହ କିଛି ସମୟ ପରିବେଶ ସୁରକ୍ଷା ଦିଗରେ ନିୟୋଜିତ କଲେ ପର୍ଯ୍ୟାବରଣ ସନ୍ତୁଳିତ ରହିବ। ଅନ୍ୟମାନଙ୍କ ମଧ୍ୟରେ ଡିସିସିଇ ନିର୍ଦେଶକ ପ୍ରଫେସର କୃଷ୍ଣ ଚନ୍ଦ୍ର ରଥ ଏବଂ ପିଜି ହଷ୍ଟେଲ ୱାର୍ଡେନ ପ୍ରଫେସର ପ୍ରବୋଧ କୁମାର ହୋତା ଯୋଗଦେଇ ପରିବେଶ ସଂରକ୍ଷଣ ଓ ପ୍ଲାଷ୍ଟିକ ମୁକ୍ତ ପୃଥିବୀ ଗଠନ ନିମନ୍ତେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ଛାତ୍ରାବାସର ଅଧୀକ୍ଷକ, ଅନ୍ତେବାସୀ ଓ କର୍ମଚାରୀ ମାନଙ୍କଦ୍ବାରା କାଗଜ ଠୁଙ୍ଗା ପ୍ରସ୍ତୁତ କରାଯାଇ ବାଣୀବିହାର କ୍ୟାମ୍ପସରେ ବିତରଣ ସହିତ ପରିବେଶ ସୁରକ୍ଷା ବାର୍ତ୍ତା ନେଇ ସଚେତନତା ସୃଷ୍ଟି କରଯାଇଥିଲା। ପ୍ଲାଷ୍ଟିକ ମୁକ୍ତ ପରିବେଶକୁ ଗୁରୁତ୍ବ ଦେଇ ପଲିଥିନ୍ ବଦଳରେ କାଗଜ ଠୁଙ୍ଗା ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ସଚେତନ କରଯାଇଥିଲା। ଗୋପବନ୍ଧୁ ଛାତ୍ରାବାସର ଅଧୀକ୍ଷକ ଡ. ଆଶିଷ ଚନ୍ଦ୍ର ପାଠୀ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟ କର୍ମଚାରୀ ଓ ଅନ୍ତେବାସୀମାନେ ଉପସ୍ଥିତଥିଲେ। ଏହି ଅବସରରେ ଛାତ୍ରାବାସ ପରିସରରେ ଚାରା ରୋପଣ କରଯାଇଥିଲା।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories