www.samajalive.in
Monday, December 15, 2025
27.1 C
Bhubaneswar

ମୋହନା ବ୍ଳକର ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ଗଜାନନ ବେଶ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକ ଅଞ୍ଚଳରେ ଶ୍ରୀଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା ସହିତ ଗଜାନନ ବେଶ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଭକ୍ତିମୟ ପରିବେଶ ସହିତ ଦେବସ୍ନାନ ପୂର୍ଣ୍ଣିମା ନୀତି ଶେଷ ହୋଇଛି। ୧୦୮ ଗରା ସୁବାଷିତ ଜଳରେ ମହାପ୍ରଭୁଙ୍କୁ ସ୍ନାନ କରାଯିବା ପରେ ଗଜାନନ ବେଶ କରାଯାଇଥିଲା। ମୋହନା ଗ୍ରାମର ମୁଖିଆ ପ୍ରତାପ ଚନ୍ଦ୍ର ପାତ୍ର, ପଣ୍ଡିତ ଶିବ ଶଙ୍କର ପଣ୍ଡା, ପ୍ରଭାକର ପାଢି, ଅଂଶୁମାନ ପଣ୍ଡା, ଗଗନ ପାଳ, ଭୋଳା ଶଙ୍କର ସାହୁ, ପ୍ରମୋଦ ରଥ, ବୁଲୁ ରଥ, ମନ୍ଦିର କମିଟି ସଭ୍ୟ ଅଶୋକ କୁମାର ବେହେରାଙ୍କ ସମେତ ଗ୍ରାମ ବାସୀ ଉପସ୍ଥିତ ଥାଇ ମହାପ୍ରଭୁଙ୍କ ସ୍ନାନ ନୀତିରେ ସହଯୋଗ କରିଥିଲେ। ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଭକ୍ତ ଏଥିରେ ଯୋଗ ଦେଇଥିଲେ।
ସେହିପରି ଚନ୍ଦ୍ରଗିରି ଠାରେ ମଧ୍ୟ  ପ୍ରଭୁଙ୍କ ସ୍ନାନ  ଯାତ୍ରାରେ ଶ୍ରୀକାନ୍ତ ପଣ୍ଡା, ରୁନା ସାବତ, ରବି ପୁରେହିତଙ୍କ ଉପସ୍ଥିତରେ ସମସ୍ତ ନିତୀକାନ୍ତି ସମାପନ ହୋଇଛି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories