www.samajalive.in
Monday, December 15, 2025
27.1 C
Bhubaneswar

ରେଳ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ

ତିଗିରିଆ: ତିଗିରିଆ ବିଜୁ ଜନତା ଦଳ ତରଫରୁ ବାଲେଶ୍ଵର ବାହନଗା ଠାରେ ଟ୍ରେନ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ ଓ ମୁତ୍ୟୁବରଣ କରିଥିବା ଯାତ୍ରୀ ମାନଙ୍କ ଆତ୍ମାର ସଦଗତି କାମନା କରି ସମୁହ ଦୀପଦାନ ଓ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ନିଜିଗଡ଼ କୃଷିଭବନ ଠାରେ ବ୍ଲକ ସଭାପତି ଅଜିତ ଧିରଙ୍କ ସଭପତିତ୍ବରେ ଅନୁଷ୍ଠିତ ଶୋକସଭାରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ଜିଲ୍ଲl ପରିଷଦ ସଭ୍ଯ ସଞ୍ଜୟ କୁମାର ମଲ୍ଲିକ, ସସ୍ମିତା ରାଉତ, ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ କୁମାର ପଟ୍ଟନାୟକ, ଭୋଗଡ଼ା ସରପଞ୍ଚ ଶର୍ମିଳା ନାୟକ, ଗୌରହରି ପରିଡା, ବିଧାୟକଙ୍କ ବ୍ୟକ୍ତିଗତ ସହାୟକ ତାପସ ପ୍ରଧାନ ପ୍ରମୂଖଙ୍କ ସହିତ ଯୁବ /ଛାତ୍ର ଦଳର କର୍ମକର୍ତ୍ତା ଓ ସଭ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସେହିପରି ଆହତଙ୍କ ଆଶୁ ଆରୋଗ୍ୟ କାମନା କରି ନିଜିଗଡ଼ ହନୁମାନ ମନ୍ଦିର ଓ ନୂଆପାଟଣା ମା କଳାପାଟଙ୍କ ମନ୍ଦିରରେ ସମୁହ ଦୀପଦାନ କରାଯାଇଥିଲା।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories