www.samajalive.in
Sunday, December 14, 2025
15.1 C
Bhubaneswar

ୱାଣ୍ଡର ୱାର୍ଲ୍‌ଡ଼ ୱାଟର ପାର୍କରେ ପାଳିତ ହେବ ରଜ ଉତ୍ସବ “ଦି ଗ୍ରାଣ୍ଡ ରଜ କାର୍ଣ୍ଣିଭାଲ୍‌”

ଭୁବନେଶ୍ୱର : ପୁରୀ ମାଳତିପାଟପୁର ସ୍ଥିତ ଓଡ଼ିଶାର ସର୍ବବୃହତ୍ ୱାଣ୍ଡର ୱାର୍ଲ୍ଡ ୱାଟର ପାର୍କ ଠାରେ ଓଡ଼ିଶାର ଗଣପର୍ବ ରଜ ଉତ୍ସବକୁ ସ୍ୱତନ୍ତ୍ର ଭାବରେ ଆୟୋଜନ କରାଯିବ । ଯାହାର ନାମ ରଖାଯାଇଛି “ଦି ଗ୍ରାଣ୍ଡ ରଜ କାର୍ଣ୍ଣିଭାଲ୍‌” । ଏହା ଚଳିତମାସ ୧୪, ୧୫, ୧୬ ତିନିଦିନ ଧରି ଚାଲିବ । ଏ ନେଇ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ପାର୍କର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡ଼ଃ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଏଠାରେ ରଜ ଉତ୍ସବ ଉପଲକ୍ଷେ ସ୍ୱତନ୍ତ୍ର ଭାବେ ଓଡ଼ିଆ ପାରମ୍ପରିକ ପିଠାପଣା ସହ ରଜପାନ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ଉଠାଇ ପାରିବେ ଅତିଥି । କେବଳ ସେତିକି ନୁହେଁ ଦହିବରା, ଆଳୁଦମ୍‌, ଗୁପ୍‌ଚୁପ୍‌, ଝାଲ ମୁଢି ସାଙ୍ଗକୁ ପୋଡ଼ପିଠା,ଚକୁଳି, କାକରା ପରି ୧୦ ପ୍ରକାର ପିଠା ସହ ଅନ୍‌ଲିମିଟେଡ଼୍ ୱାଟର ରାଇଡ଼୍ ସହ ଡ୍ୟାନ୍ସ, ଡ଼ିଜେ ମ୍ୟୁଜିକ୍‌, ସେଲ୍ଫି ପଏଣ୍ଟ ଓ ଫୁଡ଼୍ ଫେଷ୍ଟିଭାଲ୍ ଆୟୋଜନ କରାଯିବ । ଏହା ସହ ରଜ କୁଇନ୍ କଣ୍ଟେଷ୍ଟ ମାଧ୍ୟମରେ ଯେଉଁ ମହିଳାମାନେ ପାଣି ସହ ରିଲ୍ / ଫଟୋ କ୍ଲିକ୍ କରି ପୋଷ୍ଟ କରିବେ ସେମାନେ ପ୍ରତ୍ୟେକ ଦିନ ୩ଟି ମାଗଣା ଟିକେଟ୍ ଜିତିବାର ସୁଯୋଗ ପାଇବେ । ଗଣ ପର୍ବ ରଜକୁ ନିଆରା ଭାବେ ପାଳନ କରି ୱାଟର ପାର୍କରେ ଏକ ସୁନ୍ଦର ଅନୁଭୂତି ସାଉଁଟିବାକୁ ଡ଼ଃ ପାତ୍ର ସମସ୍ତଙ୍କୁ ଆମନ୍ତ୍ରଣ କରିଛନ୍ତି ।

ସୂଚନାଯୋଗ୍ୟ, ୱଣ୍ଡର ୱାଲ୍ଡ ୱାଟର ପାର୍କ ଏବେ କେବଳ ରାଜ୍ୟ ନୁହେଁ ସାରା ଦେଶରେ ପ୍ରସିଦ୍ଧି ଲାଭ କରିଛି । ସବୁ ବର୍ଗର ଲୋକଙ୍କ ପାଇଁ ଆକର୍ଷଣୀୟ ଅଫର ସହ ଦର୍ଶକଙ୍କୁ ଭରପୁର ମନୋରଞ୍ଜନର ଖୋରାକ୍ ଯୋଗାଇବାରେ ପ୍ରମୁଖ ପେଣ୍ଠସ୍ଥଳ ପାଲଟିଛି ଏହି ୱାଟର ପାର୍କ । ଏଠାରେ ଜଳକ୍ରୀଡ଼ା ସହ ରହିବା, ଖାଇବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ୱାଣ୍ଡର ୱାର୍ଲ୍ଡର ପରିଚାଳନା ନିର୍ଦ୍ଦେଶକ ନିରଞ୍ଜନ ପାତ୍ରଙ୍କ ସହ ୱାଟର ୱାର୍ଡ଼ର ଉପସଭାପତି ବିଭୁତେନ୍ଦ୍ର ମହାପାତ୍ର, ସାଧାରଣ ସଂମ୍ପାଦକ ରାଧାରମଣ ନାୟକ, ଆସୋସିଏଟ୍ ପିଆର୍ ପ୍ରଦ୍ୟୁମ୍ନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories