www.samajalive.in
Monday, December 8, 2025
24.1 C
Bhubaneswar

ବେସନ ଦୋସା

ଆବଶ୍ୟକ ସାମଗ୍ରୀ :

ବେସନ – ୨କପ

- Advertisement -

ଦହି – ୧କପ

କଞ୍ଚା ଲଙ୍କା – ୨ଟି

ହଳଦୀ – ୧ଚାମଚରୁ କମ୍

ଅଦା ପେଷ୍ଟ

ପାଣି – ଆବଶ୍ୟକ ଅନୁଯାୟୀ

ଛୁଙ୍କ ପାଇଁ :

ଭୃସଙ୍ଗ ପତ୍ର – ୩ରୁ ୪ଟି

ସୋରିଷ – ଏକ ଛୋଟ ଚାମଚ

ନଡିଆ – ଅଳ୍ପ (କୋରା ହୋଇଥିବା)

ଧନିଆ ପତ୍ର – ଆବଶ୍ୟକ ଅନୁଯାୟୀ

କଞ୍ଚା ଲଙ୍କା – ୧ଟି

ଲୁଣ – ସ୍ବାଦ ଅନୁଯାୟୀ

ତେଲ – ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ଏକ ପାତ୍ର ଆଣନ୍ତୁ। ସେଥିରେ ବେସନ ଓ ଦହି ଏକା ସହ ଭଲ ଭାବେ ମିଶାଇ ଦିଅନ୍ତୁ। ତାପରେ ସେଥିରେ ଅଳ୍ପ ପାଣି, ହଳଦୀ, ଅଦା ପେଷ୍ଟ ଓ ଲୁଣ ପକାଇ ଭଲ ଭାବେ ମିଶ୍ରଣ ପ୍ରସ୍ତୁ କରନ୍ତୁ। ଗ୍ୟାସରେ କଡେଇ ବସାଇ ଗରମ କରନ୍ତୁ। କଡେଇ ଗରମ ହୋଇଗଲା ପରେ ସେଥିରେ ମିଶ୍ରଣକୁ ପକାନ୍ତୁ। ବେସନକୁ ମଝିରେ ମଝିରେ ଘାଣ୍ଟନ୍ତୁ ଯେପରି ଏହା କଡେଇରେ ନ ଲାଗେ। ବେସନ ଅଳ୍ପ ଗାଢା ହୋଇଗଲା ପରେ ତାକୁ ଏକ ଥାଳିକୁ କାଢି ଦିଅନ୍ତୁ। ତାପରେ ହାତରେ ବେସନକୁ ଥାଳି ଚାରିପଟେ ଦବାଇ ଦିଅନ୍ତୁ। ୧୦ମିନିଟ ପରେ ସେହି ମିଶ୍ରଣ ଥଣ୍ଡା ହୋଇଗଲା ପରେ ତାକୁ ଛୁରୀରେ ଅଳ୍ପ ପତଳା କରି କାଟନ୍ତୁ। ତାପରେ ତାକୁ ଗୋଳ କରି ରୋଲ ଆକୃତିର କରନ୍ତୁ। ତାପରେ ପୁଣି ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ ସୋରିଷ, ଭୃସଙ୍ଗ ପତ୍ର, ଲଙ୍କା ପକାଇ ଅଳ୍ପ ଭାଜି ଛୁଙ୍କ ପ୍ରସ୍ତୁତ କରନ୍ତୁ। ସେହି ଛୁଙ୍କକୁ ଗୋଟିଏ ଚାମଚ ସାହାଯ୍ୟରେ ରୋଲ ଉପରେ ପକାନ୍ତୁ। କୋରା ନଡିଆକୁ ରୋଲ ଗୁଡିକ ଉପରେ ସଜେଇ ଦିଅନ୍ତୁ।

ପ୍ରସ୍ତୁତ ହୋଇଗଲା ଆପଣଙ୍କ ବେସନ ଦୋସା।

Hot this week

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

Related Articles

Popular Categories