ସହରୀ ନକ୍ସଲଙ୍କ ସନ୍ତାନ ବିଦେଶରେ: ମୋଦୀ

0

ନୂଆଦିଲ୍ଲୀ: ସରଳ ଆଦିବାସୀଙ୍କ ଜୀବନ ନଷ୍ଟ କରୁଛନ୍ତି ନକ୍ସଲ। ନକ୍ସଲବାଦକୁ ଉତ୍ସାହିତ କରୁଥିବା ସହରୀ ନକ୍ସଲ କ୍ୟାଡରମାନେ ସେମାନଙ୍କ ପିଲାମାନଙ୍କୁ ବିଦେଶରେ ପାଠ ପଢାଉଛନ୍ତି। ଅଥଚ ଆଦିବାସୀଙ୍କୁ ନକ୍ସଲ ଚିନ୍ତାଧାରାରେ ପ୍ରବର୍ତ୍ତାଇ ସେମାନଙ୍କୁ ବନ୍ଧୁକ ଧରିବାକୁ ବାଧ୍ୟ କରୁଛନ୍ତି। ଏଥିପ୍ରତି ସତର୍କ ହେବାର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ବସ୍ତରଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ
ବିକାଶ ପାଇଁ ପୂର୍ବ ସରକାର ଅମଳରେ ମଧ୍ୟ କେନ୍ଦ୍ରରୁ ଟଙ୍କା ଆସୁଥିଲା। ତେବେ ବସ୍ତର ପରି ମାଓ ପ୍ରବଣ ଅଞ୍ଚଳରେ ଏହି ଟଙ୍କା ପହଞ୍ôଚବା ପୂର୍ବରୁ ରାଜନୈତିକ ଦଲାଲଙ୍କ ଦ୍ୱାରା ଲୁଟ୍‍ ହୋଇ ଯାଉଥିଲା। ଏବେ ରମଣ ସରକାରଙ୍କ ଯୋଗୁଁ ବସ୍ତର ପରି ଅଞ୍ଚଳରେ ମଧ୍ୟ ବିକାଶ ପହଞ୍ôଚ ପାରିଛି। ବିଜେପି “ସବ୍‍କା ସାଥ, ସବ୍‍କା ବିକାଶ’ ଚିନ୍ତାଧାରାରେ କାର୍ଯ୍ୟ କରୁଥିବାରୁ ଏହା ସମ୍ଭବ ହେଉଛି। ଏହାପୂର୍ବରୁ ମଧ୍ୟ ବସ୍ତର ଅଞ୍ଚଳକୁ ସେ ଆସିଛନ୍ତି। ଏହି ଅଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ କରିବା ନିମନ୍ତେ ଏକାଧିକ ଡାକ୍ତରଖାନା ଓ ଗମନାଗମନ କ୍ଷେତ୍ରରେ ଏକାଧିକ ପ୍ରକଳ୍ପର ଉଦଘାଟନ କରିଛନ୍ତି। ବିଜେପି ସରକାରଙ୍କ ଏହି ସବୁ ହିସାବ ଫର୍ଦ୍ଦ ରଖି ପୁଣି ଥରେ ବିଜେପି ସରକାରଙ୍କୁ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଅପରପକ୍ଷରେ ବସ୍ତରବାସୀ କଂଗ୍ରେସ ପରି ଦଳକୁ ଉଚିତ ଜବାବ ଦେବାକୁ ସେ ଆହ୍ୱାନ ଦେଇଥିଲେ।
ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଦୂରଦର୍ଶନ ସାମ୍ବାଦିକ ଅଚ୍ୟୁତାନନ୍ଦ ସାହୁଙ୍କୁ ମାଓବାଦୀଙ୍କ ଦ୍ୱାରା ହତ୍ୟା ପାଇଁ ମାଓ ଚିନ୍ତାଧାରାକୁ କଟୁ ସମାଲୋଚନା କରିବା ସହ ସେମାନେ ଶକ୍ତିଶାଳୀ ହେବା ପଛରେ ପାଇଁ କଂଗ୍ରେସ ଦାୟୀ ବୋଲି ଅଭିଯୋଗ କରିଥିଲେ।

Leave A Reply