www.samajalive.in
Monday, December 15, 2025
16.1 C
Bhubaneswar

ଜିଏସ୍‌‌ଟି ସଂଗ୍ରହ ୧ଲକ୍ଷ ୫୭ହଜାର କୋଟି ଟପିଲା

ଡେସ୍କ :  ଦେଶରେ ଦ୍ରବ୍ୟ ଓ ସେବା କର (ଜିଏସ୍‌‌ଟି)  ରାଜସ୍ବ ସଂଗ୍ରହ ବୃଦ୍ଧି ପାଇ ୧ଲକ୍ଷ ୫୭ହଜାର ୯୦ କୋଟି ଟଙ୍କାରେ ପହଞ୍ଚିଛି। ଗତ ମଇ ମାସରେ ଏହା ୧ ଲକ୍ଷ ୫୭ହଜାର ୯୦ କୋଟି ଟଙ୍କା ହୋଇଛି ।  ଗତ ବର୍ଷ ମଇ ମାସ ତୁଳନାରେ ଏହା ଶତକଡ଼ା ୧୨ ଭାଗ ଅଧିକ ରହିଛି ।  ତେବେ କେନ୍ଦ୍ରୀୟ ଜିଏସ୍‌‌ଟି ୨୮ ହଜାର ୪୪୧ କୋଟି ଟଙ୍କା ଥିବାବେଳେ ରାଜ୍ୟ ଗୁଡ଼ିକର ଜିଏସ୍‌‌ଟି ୩୫ହଜାର ୮୨୮ କୋଟି ଟଙ୍କା ରହିଛି । ସେହିଭଳି ଆଇଜିଏସ୍‌‌ଟି ୮୧ହଜାର ୩୬୩ କୋଟି ଟଙ୍କା ଓ ସେସ୍‌‌ ୧୧ହଜାର ୪୮୯ କୋଟି ଟଙ୍କା ରହିଛି।

ଅନ୍ୟପକ୍ଷରେ ମୋଟ ଜିଏସ୍‌ଟି କ୍ଷେତ୍ରରେ ଓଡିଶା ଚଳିତ ବର୍ଷ ମଇ ମାସରେ ୧୧.୧୭% ଅଭିବୃଦ୍ଧି ହାସଲ କରି ୪୩୯୭.୭୩ କୋଟି ଟଙ୍କା ସଂଗ୍ରହ କରିଛି । ଗତବର୍ଷ ମଇ ମାସରେ ଏହି ସଂଗ୍ରହ ୩୯୫୫.୭୫ କୋଟି ଟଙ୍କା ଥିଲା । ଚଳିତ ବର୍ଷ ମଇ ମାସ ସୁଦ୍ଧା ସାମଗ୍ରିକ ଜିଏସ୍‌ଟି ସଂଗ୍ରହ ୯୪୩୩.୪୭ କୋଟି ଟଙ୍କା ହୋଇଛି । ଗତ ବର୍ଷ ଏହି ସମୟରେ ଏହା ୮୮୬୫.୯୮ କୋଟି ଟଙ୍କା ଥିଲା।

- Advertisement -

ରାଜ୍ୟ ଜିଏସ୍‌ଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ରାଜ୍ୟ ପାଇଥିବା ସାମଗ୍ରିକ ଜିଏସଟି ସଂଗ୍ରହ ୪୦୩୪.୯୪ କୋଟି ଟଙ୍କା ହୋଇଛି । ଏଥିରେ ଅଭିବୃଦ୍ଧି ହାର ୩୬.୦୩ % ରହିଛି । ଜିଏସଟି, ଭାଟ, ପ୍ରବେଶ ଶୁଳ୍କ, ବୃତ୍ତିଗତ କର ଅଧିନରେ ଚଳିତ ମଇ ମାସରେ ମୋଟ ୨୭୧୧.୦୪ କୋଟି ଟଙ୍କା ସଂଗୃହୀତ ହୋଇଛି ଯାହା ଗତ ବର୍ଷ ମଇ ମାସରେ ଥିଲା ୨୩୧୧.୭୮ କୋଟି।

 

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories