ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଦାନଗଦି: ଟମକା ଥାନା ରଥପଦା ଜଙ୍ଗଲ ନିକଟରୁ ଗୁରୁବାର ସକାଳେ ଏକ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟତ୍ର ହତ୍ୟା କରାଯାଇ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ଏଠାରେ ଦାହ କରାଯାଇଥିବା ପୁଲିସ ପ୍ରାଥମିକ ତଦନ୍ତ ପରେ ଅନୁମାନ କରୁଛି। ସୂଚନା ମୁତାବକ ସକାଳେ ଏକ ମୃତ ଦେହ ଜଳୁଥିବା ସମ୍ପର୍କରେ ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ। ଡ଼ୁବୁରୀ – ଟମକା ରାସ୍ତାର ରଥପଦା ଗ୍ରାମ ବିପରୀତ ପାର୍ଶ୍ଵରେ ଦୁଇଶହ ମିଟର ଦୂରରେ ଜଙ୍ଗଲ ଭିତରେ ମୃତ ଦେହ ପୋଡ଼ା ଯାଇଥିଲା। ଏକ କାଠ ଗଣ୍ଡି ଉପରେ ଶୁଆଇ ଦେଇ ସମ୍ଭବତଃ ଭୋର୍ ସମୟରେ ଦୃବର୍ତ୍ତମାନେ ନିଆଁ ଲଗାଇ ଥାଇ ପାରନ୍ତି। ସକାଳ ହୋଇ ଯିବାରୁ ସେଠାରୁ ସେମାନେ ଚାଲିଯିବା ପରେ ଏହି ଘଟଣା ଲୋକଙ୍କ ଦୃଷ୍ଟିକୁ ଆସିଥିଲା। ଶରୀରର ନବେ ଭାଗ ପୋଡି ଯାଇଥିବାରୁ ମୃତ ଦେହଟି ସ୍ତ୍ରୀ ଲୋକ କିମ୍ବା ପୁରୁଷର ତାହା ସ୍ପଷ୍ଟ ହୋଇ ପାରିନାହିଁ। ପୁଲିସ ସାଇଣ୍ଟିଫିକ ଦଳକୁ ଡକାଇ ଘଟଣାସ୍ଥଳରେ ଅନୁସନ୍ଧାନ କରିବା ସହିତ ଏକ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛନ୍ତି।

Comments are closed.