www.samajalive.in
Monday, December 15, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ- ବସ୍‌ ଚଳାଉଥିବା ବେଳେ ଚାଳକଙ୍କ ହୃଦଘାତରେ ମୃତ୍ୟୁ , କଣ୍ଡକ୍ଟରଙ୍କ ଯୋଗୁଁ ବର୍ତ୍ତିଗଲା ବଡ ଦୁର୍ଘଟଣା

ବେଙ୍ଗାଲୁରୁ – କର୍ଣ୍ଣାଟକରେ ଘଟିଛି ଏହି ଅଭାବନୀୟ ଘଟଣା । ବସ୍‌ ଚଳାଉଥିବା ବେଳେ ଚାଳକ ମୁରିଗୁପ୍ପାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା । ଏହାପରେ ବସ୍‌ଟି ଏକ ପେଟ୍ରୋଲ ପମ୍ପ ଭିତରକୁ ପଶିଯାଇଥିଲା । ସେଠାରେ ଥିବା ଲୋକମାନେ ହଠାତ୍‌ କିଛି ବୁଝି ନପାରି ଏଣେତେଣେ ଦୌଡିଥିଲେ । ଏହି ଘଟଣା କର୍ଣ୍ଣାଟକର ବିଜୟପୁର ଜିଲ୍ଲାର ସିନ୍ଦାଗୀ ନଗରରେ ଘଟିଛି ।

- Advertisement -

ସେହି ସମୟରେ ବସ୍‌ ଭିତରେ କେହି ଯାତ୍ରୀ ନଥିଲେ, କିଛି ସମୟ ପୂର୍ବରୁ ବସ୍‌ରେ ଲାଇଟ୍‌ ନଜଳିବାରୁ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯାଇଥିଲା । ପରେ ବସ୍‌କୁ ସେମାନେ ଡିପୋକୁ ନେଉଥିଲେ । ହଠାତ୍‌ ଚାଳକଙ୍କର ହୃଦଘାତ ହୋଇ ମୃତ୍ୟୁ ହୋଇଥିଲା । ବସ୍‌ କଣ୍ଡକ୍ଟର ତୁରନ୍ତ ଉପସ୍ଥିତ ବୁଦ୍ଧି ଖଟାଇ ବସ୍‌ରେ ବ୍ରେକ ଦେଇଥିଲେ । ପରେ କର୍ଣ୍ଣାଟକ ରାଜ୍ୟପରିବହନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । କର୍ଣ୍ଣାଟକର ବିଜୟପୁର ଜିଲ୍ଲାର ସିନ୍ଦାଗୀ ନଗରରେ ଘଟିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories