www.samajalive.in
Monday, December 15, 2025
16.1 C
Bhubaneswar

ବିଦ୍ୟାର୍ଥୀମାନେ ହିଁ ନବଭାରତ ନିର୍ମାଣର ସ୍ଥପତି

କେନ୍ଦୁଝରଗଡ଼ :  ଶିକ୍ଷା ଜୀବନକୁ ଆଲୋକିତ କରେ, ସେହି ଆଲୋକରେ ସମାଜ ଓ ଦେଶର ଛବି ଅଧିକ ଉଜ୍ଜଳ ହୋଇଉଠେ। ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ହିଁ ଆଗାମୀ ନବ ଭାରତ ନିର୍ମାଣର ସ୍ଥପତି । ସେମାନଙ୍କ ନିଷ୍ଠାପର ସାଧନା ଓ ସଫଳତା ଜନ୍ମଭୂମି ଓ ଦେଶମାତୃକା ପାଇଁ ପ୍ରମୁଖ ସେବା ବୋଲି କେନ୍ଦୁଝରସ୍ଥ ଶିକ୍ଷକ ଭବନରେ ସ୍ୱେଛାସେବୀ ସଙ୍ଗଠନ ‘ସହାୟତା’  ଓ ସ୍ୱେଛାସେବୀ ସଙ୍ଗଠନ ‘ସମ୍ଭାବନା’ର ମିଳିତ ସହଯାଗରେ ଅନୁଷ୍ଠିତ ମାଟ୍ରିକ୍‌‌ ମେଧା ସମ୍ବର୍ଦ୍ଧନା ଉତ୍ସବରେ ଅତିଥିଗଣ ଏହି ମତପ୍ରକାଶ କରିଛନ୍ତି। ଜିଲାର ସମସ୍ତ ବ୍ଲକ, ପୌରପାଳିକା ଓ ବିଜ୍ଞାପିତ ପରିଷଦ ଅଞ୍ଚଳରୁ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ‘ମାଟ୍ରିକ ମେଧା ସମ୍ବର୍ଦ୍ଧନା-୨୦୨୩’ ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସହାୟତାର ସଭାପତି ତଥା ଶିକ୍ଷାବିତ୍‌‌ ସଞ୍ଜୟ ବସନ୍ତ ଚକ୍ର ସଭାପତିତ୍ୱ କରି ସମ୍ବର୍ଦ୍ଧିତ ମେଧାବୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ଆଶୀର୍ବାଦ କରିବା ସହ ସମାଜ ମଙ୍ଗଳ ପାଇଁ ସବୁବେଳେ ଚେଷ୍ଟିତ ରହିବାକୁ ଆହ୍ୱାନ ଦେଇଥିଲେ। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟର ଓଡ଼ିଆ ବିଭାଗ ସହକାରୀ ପ୍ରଫେସର ଡକ୍ଟର ଶିଶିର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଶିକ୍ଷା ସହିତ ନୈତିକ ଶିକ୍ଷା ଜୀବନକୁ ଅଧିକ ବିକଶିତ କରିଥାଏ ବୋଲି କହିଥିଲେ। ବିଦ୍ୟାଳୟ ହେଉଛି ସେହି ଶିକ୍ଷା ସାଧନର ଏନ୍ତୁଡ଼ିଶାଳ । ଶିକ୍ଷକମାନେ ଜଣେ ଜଣେ କୁଶଳୀ ବିଶ୍ୱକର୍ମା ଭଳି ଛାତ୍ରମାନଙ୍କୁ ଗଢିଥାନ୍ତି । ସମାଜରେ ପ୍ରତିଷ୍ଠିତ ହେବା ଜୀବନର କେବଳ ଲକ୍ଷ୍ୟ ହେବା ଯଥେଷ୍ଟ ନୁହେଁ; ବରଂ ସ୍ନେହ ସଦିଚ୍ଛା ଓ ମାନବିକତାର ଗୁଣକୁ ନିଜ ମଧ୍ୟରେ ବିକଶିତ କରାଇ ପାରିଲେ ଯାଇ ଜଣେ ସଫଳ ମଣିଷ ହୋଇପାରିବ ବୋଲି ମୁଖ୍ୟଅତିଥି ଡ.ବେହେରା ମେଧା ଛାତ୍ରଛାତ୍ରୀଙ୍କୁ ଉଦ୍‌‌ବୋଧନ ଅବସରରେ ପରାମର୍ଶ ଦେଇଥିଲେ।

ଅନୁଷ୍ଠାନର ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ଇଂ ବସନ୍ତ କୁମାର ଦାନୀ ଓ ଇଂ ହରମାହନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମସ୍ତ ମେଧା ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଜିଲାର ଟପ୍ପର ହୋଇଥିବା ବଡବିଲ ସରସ୍ୱତୀ ଶିଶୁ ବିଦ୍ୟାମେନ୍ଦିରର ଛାତ୍ରୀ ଭାଗ୍ୟଶ୍ରୀ ପ୍ରଧାନଙ୍କ ସମେତ ସମସ୍ତ ବ୍ଲକ, ପୌରପାଳିକା ଓ ଚମ୍ପୁଆ ବିଜ୍ଞାପିତ ପରିଷଦ ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଛ,ମାନପତ୍ର, ଟ୍ରଫି ଏବଂ ନଗଦ ୨ହଜାର ଅର୍ଥରାଶି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏତଦ୍‌‌ବ୍ୟତୀତ ମେଧାବୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ-ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ପୁଷ୍ପଗୁଛ, ଉତ୍ତରୀୟ ଏବଂ ଅର୍ଥରାଶି ଦେଇ ସମ୍ବର୍ଦ୍ଧିିତ କରାଯାଇଥିଲା। ଏହି ଅବସରରେ ସ୍ୱେଛାସେବୀ ସଙ୍ଗଠନ ‘ସମ୍ଭାବନା’ର ସିଦ୍ଧାର୍ଥ ଶଙ୍କର ଚକ୍ରଙ୍କୁ ପୁଷ୍ପଗୁଛ, ଉପଢ଼ୌକନ ଓ ମାନପତ୍ର ଦେଇ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିିତ କରାଯାଇଥଲା। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷାବିତ୍ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମ ଆୟୋଜନ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆଗାମୀ ଦିନରେ ଅଧିକ ପ୍ରୋତ୍ସାହନ ଯୋଗାଇବ ବୋଲି ଆଶାପ୍ରକଟ କରିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ଜ୍ଞାନରଞ୍ଜନ ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ଉପସଭାପତି ଚିନ୍ତାମଣୀ ଜେନା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଭିକାରୀ ଚରଣ ସାହୁ, ସ୍ୱପ୍ନେଶ୍ୱର ସାହୁ, କ୍ଷୀରୋଦ କୁମାର ରାଉତ, ସୁଶୀଲ କୁମାର ନାୟକ, ଲମ୍ବୋଧର ମହାନ୍ତ, ବାଙ୍କ ବିହାରୀ ମହାନ୍ତ, ବଳରାମ ରାଉତ, କାଶୀନାଥ ମହାନ୍ତ, ବାବୁଲାଲ ପ୍ରଧାନ, ଓଷ୍ଟା ଜିଲା ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର, ନିମନ୍ତ୍ରୀତ ସଦସ୍ୟ ଶରତ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories