www.samajalive.in
Monday, December 15, 2025
17.1 C
Bhubaneswar

ବଡ଼ମ୍ବାରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ

ବଡ଼ମ୍ବା : ବଡ଼ମ୍ବା ବ୍ଲକ ଗମେଇଁ ଗ୍ରାମରେ ନଦୀବନ୍ଧକୁ ଲାଗି ରହିଥିବା ଜଳସେଚନ ବିଭାଗ ଜମିରେ ବହୁଦିନ ଧରି ଜବର ଦଖଲରେ ଥିବା ୩୨ ଗୋଟି ଘରକୁ ସ୍ଥାନୀୟ ପ୍ରଶାସନ ତରଫରୁ ଉଚ୍ଛେଦ କରାଯାଇଛି । ସୂଚନା ଥାଉକି ଗମେଇଁ ଗ୍ରାମ ମହାନଦୀ ନଦୀବନ୍ଧକୁ ଲାଗିଥିବା ଜଳସେଚନ ବିଭାଗ ଜମିରେ ଗମେଇଁ ଗ୍ରାମର କିଛି ଗୋଷ୍ଠୀ ବହୁଦିନ ଧରି ପକ୍କାଘର ନିର୍ମାଣ କରିଥିବା ବେଳେ ଗ୍ରାମବାସୀଙ୍କ ତରଫରୁ  ପ୍ରଶାସନ ପାଖରେ ଏନେଇ ବହୁବାର ଅଭିଯୋଗ କରାଯାଇଥିଲା। ବୁଧବାର ସ୍ଥାନୀୟ ପ୍ରଶାସନ ଏହି ଘଟଣାରେ ହସ୍ତକ୍ଷେପ କରିଥିଲେ । ବଡ଼ମ୍ବା ତହସିଲଦାର ନୀଳକଣ୍ଠ ବେହେରା, ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପଞ୍ଚାନନ ସାହୁ ଘଟଣା ସ୍ଥଳରେ ପହଞ୍ଚି ସଂପୃକ୍ତ ଜବର ଦଖଲକାରୀଙ୍କୁ ବିବାଦୀୟ ଜମିରୁ ଉଚ୍ଛେଦ କରିଥିଲେ। ପୁଲିସ ଅଧିକାରୀ ସତ୍ୟନାରାୟଣ ପାଢ଼ିଙ୍କ ସମେତ ରାଜସ୍ୱ ନିରୀକ୍ଷକ ରମେଶ ଦେହୁରୀ ଓ ରମେଶ ସାହୁ, ରାଜସ୍ୱ ସହାୟକ ଶୈଳେନ୍ଦୁ ଶେଖର ନାୟକ, ଅମିନ ଚକ୍ରଧର ଦାସ, ଦେବେନ୍ଦ୍ରନାଥ ବାରିକ ପ୍ରମୁଖ ଏହି ଉଚ୍ଛେଦ କାର୍ଯ୍ୟରେ ସହଯୋଗ କରିଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମୃଦୁ ଉତ୍ତେଜନା ଦେଖିବାକୁ ମିଳିଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories