www.samajalive.in
Sunday, December 7, 2025
26.1 C
Bhubaneswar

ଜମ୍ମୁ-ଶ୍ରୀନଗରରେ ମର୍ମନ୍ତୁଦ ଦୁର୍ଘଟଣା ; ୧୦ ମୃତ, ଅନେକ ଆହତ

ଶ୍ରୀନଗର : ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଝଜ୍ଜର କୋଟଲୀ ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ପୋଲ ତଳକୁ ଏକ ଯାତ୍ରୀବାହୀ ବସ୍‌‌ ଖସି ଯାଇ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ଚିକିତ୍ସା ଜମ୍ମୁର ହସ୍ପିଟାଲରେ କରାଯାଉଛି।
ମିଳିଥିବା ସୂଚନାନୁଯାୟୀ, ଛଅ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବସ ଚାଳକ ମଧ୍ୟ ରହିଛନ୍ତି। ଆହତଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ସଭିଁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ଏହି ଯାତ୍ରୀବାହୀ ବସ୍‌‌ଟି ଅମୃତ ସହରରୁ ବୈଷ୍ଣୋ ଦେବୀ (କଟାଡ) ଯାଉଥିଲା। ବସରେ ପ୍ରାୟ ୬୦ ଯାତ୍ରୀ ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସମସ୍ତ ଯାତ୍ରୀ ବିହାର ରାଜଧାନୀ ପାଟନାର ବାସିନ୍ଦା ଥିଲେ ବୋଲି କୁହାଯାଉଛି। ବସଟି ୪୪ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ଝଜ୍ଜର କୋଟଲୀରେ ପୋଲ ଉପରେ ଯାଉଥିବା ବେଳେ ଅନିୟନ୍ତ୍ରିତ ହୋଇ ତଳକୁ ଖସି ପଡିଥିଲା। ଏହି ଦୁର୍ଘଟଣା ଜମ୍ମୁ ଜିଲାରୁ ୧୫ କିଲୋମିଟର ଦୂର ଝଜ୍ଜରରେ ଘଟିଛି। ଘଟଣାର ତଦନ୍ତ ଜାରି ରହିଛି।

 

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories