www.samajalive.in
Monday, December 15, 2025
14.1 C
Bhubaneswar

ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ; ଉପଲବ୍ଧି ଗଣାଇଲେ କେନ୍ଦ୍ରମନ୍ତ୍ରୀ ରେଡ୍ଡୀ

ଭୁବନେଶ୍ୱର : ଦୀର୍ଘଦଶନ୍ଧି ପରେ ୨୦୧୪ରେ ଦେଶକୁ ଭ୍ରଷ୍ଟାଚାର ମୁକ୍ତ ଶାସନ ଓ ଦକ୍ଷ ନେତୃତ୍ବ ମିଳିଛି ବୋଲି କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଓ ଉତ୍ତର-ପୂର୍ବାଞ୍ଚଳ ବିକାଶ ବିଭାଗ ମନ୍ତ୍ରୀ ଜି. କିଷନ ରେଡ୍ଡୀ କହିଛନ୍ତି। ସୋମବାର ମୋଦୀ ସରକାରଙ୍କ ୯ବର୍ଷର ଉପଲବ୍ଧି ବିଷୟରେ ବିସ୍ତୃତ ସୂଚନା ଦେଇ ଶ୍ରୀ ରେଡ୍ଡୀ କହିଥିଲେ ଦେଶ ଏବେ ଦ୍ରୁତଗତିରେ ବିକାଶ ଆଡକୁ ମୁହାଁଇଛି। ବିଶ୍ବର ଅର୍ଥନୈତିକ ଅଭିବୃଦ୍ଧି ରାଷ୍ଟ୍ର ମଧ୍ୟରେ ଭାରତ ୫ ନମ୍ବରରେ ରହିଛି। ଜି-୨୦’ ଭଳି ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ସଂଗଠନରେ ଭାରତ ଅଧ୍ୟକ୍ଷତା କରି ନେତୃତ୍ୱ ପରାକାଷ୍ଠା ପ୍ରମାଣିତ କରିଛି । କୋଭିଡ୍‌ ମହାମାରୀ ସମୟରେ ସାରା ବିଶ୍ୱର ଅନେକ ବିକଶିତ ଦେଶ ଏହି ମହାମାରୀକୁ ସାମ୍ନା କରିପାରି ନଥିବା ବେଳେ ଭାରତ ସଫଳତାର ସହିତ କୋଭିଡ୍‌ର ମୁକାବିଲା କରିଥିଲା। ଦେଶରେ ୨୨୦କୋଟି ମାଗଣା ଟିକା ଦିଆଯାଇଛି। ସ୍ୱଚ୍ଛ ଭାରତ ଯୋଜନାରେ ୧୧କୋଟି ୭୨ଲକ୍ଷ ପରିବାରକୁ ମିଳିଛି ଶୌଚାଳୟ। ଟ୍ୟାପ୍‌ ଯୋଗେ ପିଇବା ପାଣି ଯୋଗାଇଦେବା ପାଇଁ ମୋଦୀ ସରକାର ଜଳଜୀବନ ମିଶନ ମାଧ୍ୟମରେ ୧୨କୋଟିରୁ ଅଧିକ ଘରକୁ ପାଇପ ଯୋଗେ ସ୍ୱଚ୍ଛ ପାନୀୟ ଜଳ ସୁବିଧା କରାଇଛନ୍ତି। ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ୯କୋଟି ୬୦ଲକ୍ଷରୁ ଅଧିକ ପରିବାରକୁ ମାଗଣା ଗ୍ୟାସ୍‌ ସଂଯୋଗ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୮୦କୋଟି ପରିବାରଙ୍କୁ ମାସକୁ ମୁଣ୍ଡ ପିଛା ୫କିଲୋ ଖାଦ୍ୟାନ୍ନ ଯୋଗାଇ ଦିଆଯାଉଛି। ଆୟୁଷ୍ମାନ ଭାରତ ଯୋଜନାରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା, ମହିଳା ଓ ବାଳିକାମାନଙ୍କୁ ୧ଟଙ୍କାରେ ସାନିଟାରୀ ପ୍ୟାଡ୍‌, ୯ ହଜାର ୩୦୦ରୁ ଅଧିକ ଜନୌଷଧି କେନ୍ଦ୍ରରେ ସୁଲଭ ମୂଲ୍ୟରେ ଜେନେରିକ୍‌ ଔଷଧ ମିଳୁଛି। ୮ବର୍ଷ ଭିତରେ ଥରେ ବି ସାର ଦର ବୃଦ୍ଧି କରାଯାଇନାହିଁ। ପିଏମ କିଷାନ ଯୋଜନାରେ ବର୍ଷକୁ ଚାଷ କାମରେ ସହାୟତା ପାଇଁ ଚାଷୀଙ୍କ ମୁଣ୍ଡ ପିଛା ୬ହଜାର ଟଙ୍କାର ସହାୟତା ମିଳୁଛି ବୋଲି ଶ୍ରୀ ରେଡ୍ଡୀ କହିଛନ୍ତି।
ସେ କହିଥିଲେ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଦେଶରେ ରେଳସେବାରେ ଆଧୁନିକୀକରଣ, ନୂଆ ରେଳ ଲାଇନ ନିର୍ମାଣ, ରେଳ ଷ୍ଟେସନର ଆଧୁନିକୀକରଣ ନୂଆ ଶିଖରକୁ ଛୁଇଁଛି। ୨୦ଟି ବନ୍ଦେ ଭାରତ ଟ୍ରେନ୍‌ ଚାଲୁ ହୋଇସାରିଥିବା ବେଳେ ୪୦୦ଟି ବନ୍ଦେ ଭାରତ ଟ୍ରେନ୍‌ ଚାଲିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି। ୭୪ ନୂଆ ବିମାନ ବନ୍ଦର ପ୍ରତିଷ୍ଠା ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories