www.samajalive.in
Saturday, December 6, 2025
26.1 C
Bhubaneswar

ପଦୋନ୍ନତି ପାଇଁ କାଉନସେଲିଙ୍ଗ୍ ଦାବିରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଧାରଣା

ଫୁଲବାଣୀ : ଗତ ଦିନରେ ଓଡ଼ିଶା ଏଲିମେଣ୍ଟାରୀ ଶିକ୍ଷା ନିର୍ଦ୍ଦେଶକଙ୍କ ଅନୁମୋଦନ କ୍ରମେ କନ୍ଧମାଳ ଜିଲ୍ଲାର ୪୪୨ ଶିକ୍ଷକ, ଶିକ୍ଷୟିତ୍ରୀ ଲେଭେଲ୍ ୪ ରୁ ଲେଭେଲ୍ ୩ କୁ ପଦୋନ୍ନତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ କାଉଁସିଲିଙ୍ଗ୍ କରିବାକୁ ଚିଠି କରିଥିଲେ। କିନ୍ତୁ ଅଚାନକ ସେହି କାଉଁସିଲିଙ୍ଗ୍ କୁ ୨୨-୦୫-୨୩ ରିଖରେ ଜିଲ୍ଲା ଶିକ୍ଷା ଅଧିକାରୀ କେତେକ କାରଣ ଦର୍ଶାଇ ବାତିଲ କରିଦେଇଥିଲେ। ଯେଉଁଥି ପାଇଁ ପଦୋନ୍ନତି ପାଇବାକୁ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏହାକୁ ନେଇ ୨୭ ତାରିଖରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହିତ ଏହି ବିଷୟରେ ଆଲୋଚନା କରିବା ସହିତ ଏନେଇ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ ଯେ, ତା ୨୯-୦୫-୨୩ ତାରିଖରେ ପଦୋନ୍ନତି ପାଇବାକୁ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ କାଉଁସିଲିଙ୍ଗ୍ କରାନଗଲେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇବେ।
ପୂର୍ବ ନିଷ୍ପତି ପ୍ରକାରେ ଗତକାଲି ଶିକ୍ଷକ ନେତା କିଶୋର ଚନ୍ଦ୍ର କହଁର, ସନ୍ତୋଷ କୁମାର ଦିଗାଲ, ବିଦେଶୀ କୁମାର ନାୟକ, ସୁକାନ୍ତ ବେହେରା, ରାଜେନ୍ଦ୍ର ପାତ୍ର, ରାମଚନ୍ଦ୍ର ପାଢୀ,ସୁନୀତି ଆଚାରୀ,ଅଲିଭା ମିଶ୍ ସମେତ ଅନ୍ୟମାନଙ୍କ ନେତୃତ୍ବରେ ପଦୋନ୍ନତି ପାଇବାକୁ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ଜିଲ୍ଲାଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟରେ ଧାରଣାରେ ବସିଥିଲେ । ପଦୋନ୍ନତି ପାଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଅହରାତ୍ର ଧାରଣା ପାଇଁ ନିଷ୍ପତି ନେବା ସହିତ ଯେଉଁ ପର୍ଯ୍ୟନ୍ତ କାଉଁନସିଲିଙ୍ଗ୍ ହେବନାହିଁ ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନ ଅଧିକ ତୀବ୍ରତର କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories