ଭାରତୀୟ ଦଳରେ ଓଡ଼ିଶାରୁ ୫
କନିଷ୍ଠ ମହିଳା ଏସିଆ କପ୍ ହକି
କଟକ : ଜାପାନରେ ଆସନ୍ତା ଜୁନ୍ ୨ରୁ ୧୧ ପର୍ଯ୍ୟନ୍ତ କନିଷ୍ଠ ମହିଳା ଏସିଆ କପ୍ ହକି ପ୍ରତିଯୋଗିତା ଖେଳାଯିବ। ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ରବିବାର ଘୋଷଣା କରାଯାଇଛି। ପ୍ରୀତି ଅଧିନାୟିକା ଓ ଦୀପିକା ଉପ ଅଧିନାୟିକା ନିଯୁକ୍ତ ହୋଇଛନ୍ତି। ଭାରତୀୟ ଦଳରେ ଓଡ଼ିଶାରୁ ୫ଜଣ ଖେଳାଳି ସୁଜାତା କୁଜୁର, ଜ୍ୟୋତି ଛେତ୍ରୀ, ଅଞ୍ଜଳି ବାରୁଆ, ସୁନିଲିତା ଟପ୍ପୋ ଓ ମାଧୁରୀ କିଣ୍ଡୋ ସ୍ଥାନ ପାଇଛନ୍ତି। ପ୍ରତିଯୋଗିତାରେ ଭାଗ ନେବା ପାଇଁ ରବିବାର ଭାରତୀୟ ଦଳ ଜାପାନ ଗସ୍ତ କରିଛି। ପ୍ରତିଯୋଗିତାରେ ଭାରତ ଗ୍ରୁପ-ଏ ରେ ଉଜବେକିସ୍ତାନ, ଦକ୍ଷିଣ କୋରିଆ , ଚାଇନିଜ୍ ତାଇପେ ଓ ମାଲେସିଆ ସହ ସ୍ଥାନ ପାଇଛି। ଭାରତ ୩ରେ ଉଜବେକିସ୍ତାନ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବାବେଳେ ୫ରେ ମାଲେସିଆ, ୬ରେ ଦକ୍ଷିଣ କୋରିଆ ଓ ୮ରେ ଚାଇନିଜ୍ ତାଇପେ ସହିତ ମ୍ୟାଚ ଖେଳିବ। ୧୦ରେ ସେମିଫାଇନାଲ ଓ ୧୧ରେ ଫାଇନାଲ ମ୍ୟାଚ ଖେଳାଯିବ। ଦଳରେ ଏକାଧିକ ଅଭିଜ୍ଞ ଖେଳାଳି ରହିଛନ୍ତି।
Comments are closed.