www.samajalive.in
Saturday, December 6, 2025
16.1 C
Bhubaneswar

ଧୂଳି ଧୂଆଁରେ ଆଚ୍ଛାଦିତ କାମାକ୍ଷାନଗର ସହର

କାମାକ୍ଷାନଗର : କାମାକ୍ଷାନଗର ଦେଇ ଯାଇଥିବା ୫୩ନଂ ଜାତୀୟ ରାଜପଥ ସଂପ୍ରସାରଣ ହେବା ପରେ କାମାକ୍ଷାନଗର ସହର ମଧ୍ୟ ଦେଇ ଭାରୀଯାନ ଚଳାଚଳରେ କଟକଣା ଥିବା ସତ୍ୱେ ଭାରୀଯାନ ଚଳାଚଳ କରୁଥିବାରୁ ଧୂଳି ଧୂଆଁରେ ଆଚ୍ଛାଦିତ କାମାକ୍ଷାନଗର ସହର । କାମାକ୍ଷାନଗର ସହର ମଧ୍ୟ ଦେଇ ଭାରୀଯାନ ଚଳାଚଳରେ ଢେଙ୍କାନାଳ ଜିଲାପାଳଙ୍କ ପକ୍ଷରୁ କଟକଣା ଜାରି ରହିଛି। ପୂର୍ବାହ୍ନ ୭ ଟାରୁ ରାତି ୯ଟା ପର୍ୟ୍ୟନ୍ତ ଏହି କଟକଣା ରହିଛି । ଏଥିପାଇଁ ଜାତୀୟ ରାଜପଥର ମାଲପୁରା ଓ ଆଳତୁମା ଏବଂ କାମାକ୍ଷାନଗର – ଢେଙ୍କାନାଳ ରାସ୍ତାର ଦାସୀ ପୋଖରୀ ଠାରେ ପୂର୍ତ୍ତ ବିଭାଗ ପକ୍ଷରୁ ଭାରୀଯାନ ଚଳାଚଳରେ କଟକଣା ନେଇ ଫଳକ ମଧ୍ୟ ଲଗାଯାଇଛି ।
କିନ୍ତୁ ସହର ମଧ୍ୟ ଦେଇ ବେଧଡ଼କ ଭାରୀଯାନ ଚଳାଚଳ କରୁଛି । ମୁଖ୍ୟତଃ ଲମ୍ବା ଲମ୍ବା ଟ୍ରଲର ସହର ମଧ୍ୟ ଦେଇ ଚଳାଚଳ କରୁଥିବାରୁ ଛାତ୍ରଛାତ୍ରୀମାନେ ଟିଉସନକୁ ଯାଉଥିବା ବେଳେ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ବରିଷ୍ଠ ନାଗରିକ ପ୍ରାତଃ ଭ୍ରମଣ କରି ଫେରିବା ସମୟରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାଲପୁରା ଠାରୁ ଅଲତୁମା ପର୍ୟ୍ୟନ୍ତ ପୂର୍ତ୍ତ ବିଭାଗ ଦ୍ୱାରା ରାସ୍ତା ପ୍ରଶସ୍ତି କରଣ ଚାଲିଥିବା ବେଳେ ସହରର ମେନରୋଡ଼ ବଜାର ଠାରୁ ହନୁମାନ ବଜାର ପର୍ୟ୍ୟନ୍ତ ପାଉଁଶ ଓ ଚିପ୍ସ ପକାଯାଇ କାର୍ୟ୍ୟ ଜାରି ରହିଛି । ଏହି କାର୍ୟ୍ୟ ଜାରି ରହିଥିବା ବେଳେ ଭାରୀଯାନ ଚଳାଚଳ କରୁଥିବାରୁ ଧୂଳି ଉଡି ବଜାର ମଧ୍ୟରେ ଥିବା ଦୋକାନ, ଘର ସବୁ ଧୂଳି ଧୂଆଁରେ ଅଚ୍ଛାଦିତ ହୋଇ ପଡୁଛି । ସହର ମଧ୍ୟରେ ଭାରୀଯାନ ଚଳାଚଳ ନେଇ ଜିଲ୍ଲାପାଳଙ୍କ କଟକଣା ଥିବା ସତ୍ୱେ ଭାରୀଯାନ ଚଳାଚଳ କରୁ ଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଭାରୀଯାନର ଚାଳକ ଫୁ କରୁଥିବାର ଦେଖା ଯାଉଛି । ଏଥିପ୍ରତି ଜିଲ୍ଲାପାଳ ଗୁରୁତ୍ୱ ଦେଇ ଭାରୀଯାନ ଚଳାଚଳ ପ୍ରତି ଅଙ୍କୁଶ ଲଗାଇବା ସକାଶେ ବରିଷ୍ଠ ନାଗରିକ, ଅଭିଵାବକ ଏବଂ ମିଳିତ ବଜାର ସଙ୍ଘ ପକ୍ଷରୁ ଦୃଢ ଦାବି ହେଉଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories