www.samajalive.in
Saturday, December 6, 2025
23.1 C
Bhubaneswar

ଭାରତୀୟ ଦଳରେ ଓଡ଼ିଶାରୁ ୫

କଟକ  : ଜାପାନରେ ଆସନ୍ତା ଜୁନ୍‌ ୨ରୁ ୧୧ ପର୍ଯ୍ୟନ୍ତ କନିଷ୍ଠ ମହିଳା ଏସିଆ କପ୍‌ ହକି ପ୍ରତିଯୋଗିତା ଖେଳାଯିବ। ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ରବିବାର ଘୋଷଣା କରାଯାଇଛି। ପ୍ରୀତି ଅଧିନାୟିକା ଓ ଦୀପିକା ଉପ ଅଧିନାୟିକ​‌ା ନିଯୁକ୍ତ ହୋଇଛନ୍ତି। ଭାରତୀୟ ଦଳରେ ଓଡ଼ିଶାରୁ ୫ଜଣ ଖେଳାଳି ସୁଜାତା କୁଜୁର, ଜ୍ୟୋତି ଛେତ୍ରୀ, ଅଞ୍ଜଳି ବାରୁଆ, ସୁନିଲିତା ଟପ୍ପୋ ଓ ମାଧୁରୀ କିଣ୍ଡୋ ସ୍ଥାନ ପାଇଛନ୍ତି। ପ୍ରତିଯୋଗିତାରେ ଭାଗ ନେବା ପାଇଁ ରବିବାର ଭାରତୀୟ ଦଳ ଜାପାନ ଗସ୍ତ କରିଛି। ପ୍ରତିଯୋଗିତାରେ ଭାରତ ଗ୍ରୁପ-ଏ ରେ ଉଜବେକିସ୍ତାନ, ଦକ୍ଷିଣ କୋରିଆ , ଚାଇନିଜ୍‌ ତାଇପେ ଓ ମାଲେସିଆ ସହ ସ୍ଥାନ ପାଇଛି। ଭାରତ ୩ରେ ଉଜବେକିସ୍ତାନ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବାବେଳେ ୫ରେ ମାଲେସିଆ, ୬ରେ ଦକ୍ଷିଣ କୋରିଆ ଓ ୮ରେ ଚାଇନିଜ୍‌ ତାଇପେ ସହିତ ମ୍ୟାଚ ଖେଳିବ। ୧୦ରେ ସେମିଫାଇନାଲ ଓ ୧୧ରେ ଫାଇନାଲ ମ୍ୟାଚ ଖେଳାଯିବ। ଦଳରେ ଏକାଧିକ ଅଭିଜ୍ଞ ଖେଳାଳି ରହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories