www.samajalive.in
Monday, December 15, 2025
17.1 C
Bhubaneswar

ଜୁନ ୫ରୁ ନବମ ରଜ ମହୋତ୍ସବ ଓ ସର୍ବଭାରତୀୟ ହସ୍ତଶିଳ୍ପ ମେଳା

କେନ୍ଦୁଝର଼ : କେନ୍ଦୁଝର କାଳୀପଡିଆରେ ଜୁନ ୫ରୁ ୧୮ତାରିଖ ୧୪ଦିନ ବ୍ୟାପୀ ସର୍ବଭାରତୀୟ ହସ୍ତଶିଳ୍ପ ମେଳା ଓ ଜୁନ ୧୪ରୁ ୧୬ ତାରିଖ ଜିଲାସ୍ତରୀୟ ନବମ ରଜ ମହୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହି ମହୋତ୍ସବକୁ ଧୂମ୍‌‌ଧାମରେ ପାଳନ ପାଇଁ କମିଟି ସଭାପତି କୃଷ୍ଣଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ଜୁନ ୧୧ତାରିଖରୁ ୧୩ ତାରିଖ ୩ଦିନ ବ୍ୟାପୀ ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠବର୍ଗରେ ନୃତ୍ୟଗୀତ ଏବଂ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ୧୬ତାରିଖ ରଜ ମହୋତ୍ସବର ଉଦ୍‌‌ଯାପନୀ ସମାରୋହରେ କୃତୀ କଳାକାରଙ୍କୁ ସମ୍ବର୍ଦ୍ଧିିତ କରାଯିବ। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଇଛୁକ ପ୍ରତିଯୋଗୀ ନୃତ୍ୟଗୁରୁ ଗୁରୁ ଦାସ ଓ ରଜ ମହୋତ୍ସବ କମିଟି ସମ୍ପାଦକ ନାରାୟଣ ନାଏକଙ୍କ ସହ ଯୋଗାଯୋଗ କରି ଜୁନ ୯ତାରିଖ ସୁଦ୍ଧା ଆବେଦନ କରିବାକୁ କମିଟି ପକ୍ଷରୁ କୁହାଯାଇଛି। ରଜ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ପ୍ରତି ସନ୍ଧ୍ୟାରେ ଚିତ୍ତାକର୍ଷକ ସାଂସ୍କୃିତକ କାର୍ଯ୍ୟକ୍ରମ ପରିବେଷଣ ସହ ଜେଲ ରୋଡସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମହିଳାମାନଙ୍କ ମଧ୍ୟରେ ୧୩ ତାରିଖ ଝୋଟୀ ଓ ମୁରୁଜ ଏବଂ ୧୪ବର୍ଷରୁ କମ୍‌‌ ବାଳିକା ମାନଙ୍କ ମଧ୍ୟରେ ୧୪ ଓ ୧୫ ତାରିଖ ତାରିଖ ଦୁଇଦିନ ଧରି ପୁଚି ଖେଳ ଓ ବିବାହିତା ମହିଳାଙ୍କ ମଧ୍ୟରେ ମ୍ୟୁଜିକ୍‌‌ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇ ୧୬ ତାରିଖ ଉଦ୍‌‌ଯାପନୀ ସନ୍ଧ୍ୟାରେ ସମସ୍ତ କୃତୀ କଳାକାରଙ୍କୁ ପୁରସ୍କୃତ କରାଯିବ ବୋଲି କମିଟି ସମ୍ପାଦକ ଶ୍ରୀ ନାଏକ ଜଣାଇଛନ୍ତି । ଏତଦ୍‌‌ ବ୍ୟତୀତ ରଜ ୩ଦିନ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଗାଁ ଗହଳିର ମହିଳା ଓ ପୁରୁଷଙ୍କୁ ନେଇ ପାରମ୍ପରିକ ରଜଦୋଳି ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲକାରୀଙ୍କୁ ନଗଦ ଅର୍ଥ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯିବ।

ଆଧୁନିକତା ସତ୍ତ୍ବେ ଏହି ପର୍ବ ଗ୍ରାମାଞ୍ଚଳରେ ତା’ର ସ୍ୱତନ୍ତ୍ରତା ବଜାୟ ରଖିଥିବା ବେଳେ ବିଗତ ୮ବର୍ଷ ଧରି ଏହି ମହୋତ୍ସବ କାଳୀପଡିଆରେ ବେଶ୍‌‌ ଜାକଜକମରେ ପାଳିତ ହୋଇଆସୁଛି । ଏହି ପରିପ୍ରେକ୍ଷୀରେ କେନ୍ଦୁଝର ସହରର ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ମିଳିତ ସହଯୋଗରେ ରଜ ମହୋତ୍ସବକୁ ଚଳିତବର୍ଷ ଅଧିକ ଆକର୍ଷଣୀୟ ଭାବେ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥିବା ମହୋତ୍ସବ କମିଟି ଉପଦେଷ୍ଟା ଆଶିଷ ଚକ୍ରବର୍ତ୍ତୀ, ଜ୍ଞାନରଞ୍ଜନ ମିଶ୍ର ଓ ଦେବାଶିଷ ମିଶ୍ର କହିଛନ୍ତି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ରଜ ମହୋତ୍ସବ ଯଥେଷ୍ଟ ପୂର୍ବରୁ ଜୁନ ୫ରୁ ୧୮ତାରିଖ ପର୍ଯ୍ୟନ୍ତ କାଳୀପଡିଆରେ ଅରୂପା ପକ୍ଷରୁ ସର୍ବଭାରତୀୟ ହସ୍ତଶିଳ୍ପ ମେଳା-୨୦୨୩ରେ ୧୫୦ରୁ ଅଧିକ ଷ୍ଟଲର ଆୟୋଜନ ମହୋତ୍ସବକୁ ଦ୍ୱିଗୁଣିତ କରିବ ବୋଲି ଅରୂପା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ସାହୁ ପ୍ରସ୍ତୁତି ବୈଠକରେ ଯୋଗଦେଇ କହିଛନ୍ତି । ଚଳିତବର୍ଷ ଅରୂପା ପକ୍ଷରୁ ମଧ୍ୟ ପ୍ରତି ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଭଳିକି ଭଳି ଦୋଳି ସହ ଖାଦ୍ୟ ମେଳା ମହୋତ୍ସବର ମୁଖ୍ୟ ଆକର୍ଷଣ ହେବ ବୋଲି ଅରୂପାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ସାହୁ କହିଛନ୍ତି । ଏହି ଅବସରରେ ଚଳିତବର୍ଷ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ରଶ୍ମୀରଞ୍ଜନ ଭଞ୍ଜ, ବିଶିଷ୍ଟ ସମାଜସେବୀ ରମେଶ ଚନ୍ଦ୍ର ମିଶ୍ର, ଶିକ୍ଷାବିତ୍‌‌ ଡ.ବନବିହାରୀ ମିଶ୍ର, ଲୁପ୍ତପ୍ରାୟ ଦାସକାଠିଆ କଳାର ବିନ୍ଧାଣୀ ରାଜେନ୍ଦ୍ର କୁମାର ରଣା ଏବଂ ଯୁବ ସମାଜସେବୀ ଅଂଶୁମାନ ଚକ୍ରବର୍ତ୍ତୀଙ୍କୁ ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯିବାକୁ କମିଟି ପକ୍ଷରୁ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମହୋତ୍ସବ କମିଟି ସଦସ୍ୟ ନେତ୍ରାନନ୍ଦ ନାଏକ, ମହେଶ୍ୱର ନାଏକ, ବିଶିଷ୍ଟ ନୃତ୍ୟଗୁରୁ ଗୁରୁ ଦାସ, ସୂର୍ଯ୍ୟ ନାରାୟଣ ସ୍ୱାଇଁ, ହେମନ୍ତ ନାଏକ, ବିକଳ ଜେନା, ପୁରୁଷୋତ୍ତମ ପାତ୍ର, ପ୍ରେମା ଟୁଡୁ, ସୁବାସ ଦଳେଇ, ଭରତ ନାଏକ, ଶରତ ନାଏକ ପ୍ରମୁଖ ପ୍ରସ୍ତୁତି ବୈଠକରେ ଯୋଗଦେଇ ମହୋତ୍ସବକୁ କିଭଳି ଅଧିକ ଶାନ୍ତିଶୃଙ୍ଖଳାର ସହ ପାଳନ ସହ ମଜା ଉଠାଇବାକୁ ନିବେଦନ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories