www.samajalive.in
Monday, December 15, 2025
16.1 C
Bhubaneswar

କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଅଜଗରର ସନ୍ଦେହଜନକ ମୃତ୍ୟୁ

ହରଭଙ୍ଗା : ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ହରଭଙ୍ଗା ବ୍ଲକ କୁଶଙ୍ଗ ବନ୍ୟପ୍ରାଣୀ ରେଞର ଶୀତଳପାଣି ବିଟ୍ ଅଂଚଳରେ ୨୦-୨୫ଦିନ ତଳେ ଏକ ଅଜଗର ସାପର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିବା କୁହାଯାଉଛି। ମୃତ ଅଜଗରର ଲମ୍ବ ୧୦ଫୁଟ ହୋଇଥିବାବେଳେ ମୋଟା ୧ଫୁଟ ବୋଲି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ହେଲେ ସାପଟିର ଅଭୟାରଣ୍ୟ ମଧ୍ୟରେ କିପରି ମୃତ୍ୟୁ ହେଲା ଏହାପଛର କାରଣ ଖୋଳତାଡ କରିବା ପରିବର୍ତ୍ତେ କୁଶଙ୍ଗ ବନ୍ୟପ୍ରାଣୀ ବିଭାଗ ବିନା ବ୍ୟବଛେଦରେ ମୃତ ସାପଟିକୁ ପୋତି ଦେଇଥିବା ଖବର ମିଳିଛି ।

ପ୍ରକାଶ ଯେ କୁଶଙ୍ଗ ଅଭୟାରଣ୍ୟ ମଧ୍ୟରେ ବିଭିନ୍ନ ପ୍ରଜାତିର ବିଷଧର ସାପ ସହ ଅନେକ ପ୍ରଜାତିର ବନ୍ୟପ୍ରାଣୀ ରହିଛନ୍ତି ।ଅଭୟାରଣ୍ୟ ମଧ୍ୟରେ ଶଦ୍ଦ ପ୍ରଦୂଷଣ ପାଇଁ ଗାଡିଚଳାଚଳ ବନ୍ଦ ସହିତ ରାତିରେ ଯାତାୟତକୁ ବାରଣ କରାଯାଉଛି । ଅଜଗର ସାପ ଉପରେ ଗାଡିଚଢିଯିବାରୁ ମୃତ୍ୟୁ ଘଟିଥିବା କୁହାଯାଉଛି। ତାହାହେଲେ ରାତିରେ ଅଭୟାରଣ୍ୟ ମଧ୍ୟରେ କିପରି ଗାଡି ଚଳାଚଳ ହେଉଛି ସେ ବିଷୟରେ ବିଭାଗୀୟ ରେଞ ଅଫିସରଙ୍କ ପାଖରେ ଖବର ନଥିବା ଆଶ୍ଚର୍ଯ୍ୟ କରିଛି। ଏ ଦିଗରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ସାପ ମୃତ୍ୟୁର ରହସ୍ୟ ଉନ୍ମୋଚନ ପାଇଁ ପରିବେଶ ଏବଂ ବନ୍ୟପ୍ରାଣୀ ପ୍ରେମୀଙ୍କ ମହଲରୁ ଦାବୀ ଉଠୁଛି । ଏ ସର୍ମ୍ପକରେ କୁଶଙ୍ଗ ବନ୍ୟପ୍ରାଣୀ ରେଞ ଅଫିସର ଲକ୍ଷ୍ମୀନାରାୟଣ ପଣ୍ଡାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ନ ଉଠାଇବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଏ ସର୍ମ୍ପକରେ ହରଭଙ୍ଗା ବ୍ଲକ ପ୍ରାଣୀଚିକିତ୍ସା ଅଧିକାରୀ ଡାକ୍ତର ବିରେନ୍ଦ୍ର ପୃଷ୍ଟିଙ୍କୁ ପଚାରିବାରୁ ସେ କହିଲେ ସାପ ମୃତ୍ୟୁ ବିଷୟରେ ବିଷୟରେ ଆମକୁ ବ୍ୟବଛେଦ ପାଇଁ କେହି କହିନଥିବା କହିଥିଲେ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories