www.samajalive.in
Saturday, December 13, 2025
21.1 C
Bhubaneswar

କେନ୍ଦୁପତ୍ର କଲ୍ୟାଣ ବୋର୍ଡ ଉପଦେଷ୍ଟାଙ୍କ ବୌଦ୍ଧ ଗସ୍ତ

ବୌଦ୍ଧ :  କେନ୍ଦୁପତ୍ର କଲ୍ୟାଣ ବୋର୍ଡ ଉପଦେଷ୍ଟା ସଂଜିତ ମହାନ୍ତି ବୌଦ୍ଧ ଗସ୍ତରେ ଆସି  ଡିଏଫ୍ଓ କାର୍ଯ୍ୟାଳୟରେ ସମୀକ୍ଷା କରିବା ସହ ମନୋମୁଣ୍ଡା ରେଞ୍ଜ ପରିଦର୍ଶନ କରି କେନ୍ଦୁପତ୍ର ତୋଳାଳୀ ଏବଂ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ। କେନ୍ଦୁପତ୍ର ସଂସ୍ଥା ଡିଏଫ୍ଓ ଅରବିନ୍ଦ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କେନ୍ଦୁପତ୍ର କଲ୍ୟାଣ ବୋର୍ଡ ଉପଦେଷ୍ଟା ସଂଜିତ ମହାନ୍ତି  ସରକାରଙ୍କ ଦ୍ଵାରା ଘୋଷିତ ଏବଂ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ସମୀକ୍ଷା କରିଥିଲେ । ବିଶେଷ ଭାବରେ ଦିଆଯାଉଥିବା ବୋନସ, ମୃତ୍ୟୁ କାଳୀନ ସହାୟତା, ପାଣି ବୋତଲ, ଚପଲ, ପରିଚୟ ପତ୍ର, ଗୋଛା କଟେଇ, ଫଡି ମରାମତି ବିଷୟରେ ଆଲୋଚନା କରାଯାଇଥିଲା । ୨୦୧୯ ମସିହାରୁ ବନ୍ଦ ଥିବା ଛାତ୍ର ବୃତ୍ତି ସାହାଯ୍ୟ ପୁନର୍ବାର ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଚଳିତ ଶିକ୍ଷାବର୍ଷରେ  ଆବେଦନ ତାରିଖ ଜୁନ୧୫ ସୁଦ୍ଧା ଥିବାବେଳେ ଛାତ୍ର ଛାତ୍ରୀ ଯେପରି ଲାଭବାନ ହେବେ ସମୀକ୍ଷା କରିଥିଲେ । ପ୍ରତ୍ୟେକ ତୋଳାଳୀ ଏବଂ କର୍ମଚାରୀଙ୍କୁ  ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଓଡ଼ିଶା ସରକାରଙ୍କ ନିର୍ଦେଶ ପରେ ବୌଦ୍ଧ କେନ୍ଦୁପତ୍ର ଡିଭିଜନରେ ଥିବା ୪୦, ୮୪୩ ତୋଳାଳୀ, ୯୨୮ କର୍ମଚାରୀ, ୧୯୨୬ ବନ୍ଧେଇ ଶ୍ରମିକ  ଏହି ଯୋଜନାର ଅନ୍ତର୍ଭୂକ୍ତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି।
ସେହିପରି ତୋଳାଳୀ, କର୍ମଚାରୀଙ୍କୁ ମୃତ୍ୟୁ କାଳୀନ ସହାୟତା ପ୍ରଦାନ ବିଷୟରେ ଆଲୋଚନା ହୋଇଥିଲା । ମୃତ୍ୟୁ କାଳୀନ ସହାୟତା ଗତ ବର୍ଷ ପର୍ଯ୍ୟନ୍ତ ଏକ ଲକ୍ଷ ଟଙ୍କା ଥିବାବଳେ ଚଳିତ ବର୍ଷରୁ ଏହାକୁ ବୃଦ୍ଧି କରାଯାଇ ଦୁଇ ଲକ୍ଷ ଟଙ୍କା କରାଯାଇଛି। ସାମାଜିକ ସୁରକ୍ଷା ଯୋଜନାର ଅନ୍ତର୍ଭୁକ୍ତ ହେବା ପାଇଁ ଦୁଇ ହଜାର କେରି ପତ୍ର ମାପଦଣ୍ଡକୁ କୋହଳ କରି ହଜାରେ କେରି ମାପଦଣ୍ଡ ରଖାଯାଇଛି । ବୌଦ୍ଧ ଡିଭିଜନର ୨୫ଜଣ ତୋଳାଳୀଙ୍କୁ ୩୯ଲକ୍ଷ ଟଙ୍କା ଏବଂ ମୃତ୍ୟୁ କାଳୀନ ସହାୟତା ୩ଜଣ କର୍ମଚାରୀଙ୍କୁ ୬ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଉପଦେଷ୍ଟା ଶ୍ରୀ  ମହାନ୍ତି ରବିବାର ମନମୁଣ୍ଡା ରେଞ୍ଜ ଭୋଇସାହି ଫଡି ପରିଦର୍ଶନ କରିବା ସହ ତୋଳାଳୀ ଏବଂ ସିଜିନାଲ କର୍ମଚାରୀଙ୍କ ସହ ଆଲୋଚନା କରି ବିଭିନ୍ନ ସମସ୍ୟା ବିଷୟରେ ବୁଝିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଡିଭିଜନ ସମ୍ପାଦକ ଶ୍ରୀକାନ୍ତ ମିଶ୍ର, ନାକଟିଦେଉଳ ରେଞ୍ଜ ସମ୍ପାଦକ ଭିକାରୀ ପ୍ରଧାନ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଛାତ୍ର ନେତା ଦେବଜ୍ୟୋତି ପଟ୍ଟନାୟକ  ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories