www.samajalive.in
Sunday, December 14, 2025
18.1 C
Bhubaneswar

ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରି ବିକଶିତ ଭାରତ ଗଠନରେ ମୋଦୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

କେନ୍ଦୁଝରଗଡ଼ : ମହାମାରୀ କରୋନା ସମୟରେ ସମଗ୍ର ବିଶ୍ୱ ଯେତେବେଳ ଲଢ଼ୁଥିଲା ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହାର ଦୃଢ଼ ମୁକାବିଲା ସହ ନୂତନ ଟିକା ଉଦ୍ଭାବନ କରି ଦେଶ ଓ ଦେଶ ବାହାରେ କରୋନା ନିୟନ୍ତ୍ରଣରେ ପ୍ରମୁଖ ଭୂମିକା ଗ୍ରହଣ କରିବା ମୋଦୀଙ୍କୁ ଆଜି ସାରା ବିଶ୍ୱ ପ୍ରଶଂସା କରୁଛି । ଖାଲି ଏତିକି ନୁହେଁ, ଦେଶର ପ୍ରତି ରାଜ୍ୟର, ପ୍ରତି ଜିଲାର ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଥିବା ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ସମ୍ବର୍ଦ୍ଧିିତ କରିବା ସହ ଅର୍ଥନୈତିକ ଅଭିବୃଦ୍ଧି ସହ ଦେଶ କିଭଳି ବିକଶିତ ହୋଇପାରିଛି ପ୍ରଧାନମନ୍ତ୍ରୀଙ୍କ ‘ମନ୍‌‌ କୀ ବାତ’ କାର୍ଯ୍ୟକ୍ରମ ଏହି ଦୃଷ୍ଟିରୁ ବେଶ୍‌‌ ଗୁରୁତ୍ୱପୂର୍ଣ୍ଣ। ରବିବାର ଜିଲା ବିଜେପି କାର୍ଯ୍ୟାଳୟରେ ‘ମନ୍‌‌ କୀ ବାତ’ ୧୦୧ତମ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବକ୍ତବ୍ୟ ପ୍ରଦାନ ସହ ଆଜି ଦିନରେ ଦେଶର ନୂତନ ସଂସଦ ଭବନର ଶୁଭ ଉଦ୍‌‌ଘାଟନ ହୋଇଥିବାରୁ ଏହା ବେଶ୍‌‌ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ‘ମନ୍‌‌ କୀ ବାତ୍‌‌’ କାର୍ଯ୍ୟକ୍ରମ କେବଳ ସହରରେ ସୀମିତ ନରହି ଏହା ପ୍ରତ୍ୟେକ ରାଜ୍ୟର ବୁଥ୍‌‌ସ୍ତରରେ ପହଞ୍ଚି ସାରିଥିବା ବେଳେ କେନ୍ଦୁଝର ଜିଲାରେ ମଧ୍ୟ କିଭଳି ଏହି କାର୍ଯ୍ୟକ୍ରମ ବୁଥ୍‌‌ସ୍ତରରେ ପ୍ରସାରିତ ହୋଇପାରିବ ସେ ନେଇ ଜିଲାର ନେତୃବୃନ୍ଦ ପଦକ୍ଷେପ ନେବାକୁ ଶ୍ରୀ ପଣ୍ଡା ଆହ୍ୱାନ ଦେଇଥିଲେ। ବିଜେପିର ପୂର୍ବତନ ଜିଲା ସଭାପତି ଅଶ୍ୱିନୀ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ଯୋଗଦେଇ ‘ମନ୍‌‌ କୀ ବାତ୍‌‌’ କାର୍ଯ୍ୟକ୍ରମ ଜରିଆରେ କେନ୍ଦୁଝର ଜିଲାର ଲୁକ୍କାୟିତ ପ୍ରତିଭା ଟସର କାରିଗର କୁନୀ ଦେହୁରୀଙ୍କୁ ପ୍ରଧାନମନ୍ତ୍ରୀ ଚିହ୍ନଟ କରିବା ଭଳି ଘଟଣା ଦେଶର ପ୍ରତି ଜିଲାରେ ଲୁକ୍କାୟିତ ପ୍ରତିଭା ଚିହ୍ନଟରେ ଏହି କାର୍ଯ୍ୟକ୍ରମ ବିଶେଷ ସହାୟକ ହୋଇପାରିଛି ବୋଲି କହିବା ସହ ମୁଖ୍ୟଅତିଥି ଶ୍ରୀ ପଣ୍ଡାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ପଣ୍ଡା ପଦ୍ମଶ୍ରୀ ମାଗୁଣୀ ଚରଣ କୁଅଁର, ପଦ୍ମଶ୍ରୀ ଦୈତାରୀ ନାଏକ, ବିଶିଷ୍ଟ ଶିକ୍ଷାବିତ୍‌‌ ରାମଚନ୍ଦ୍ର ବେହେରା, ଟସର କାରିଗର କୁନୀ ଦେହୁରୀ, ସେବିକା ଦମୟନ୍ତୀ ରାଉତ, ନିରଞ୍ଜନ ସାହୁ, ଅବସରପ୍ରାପ୍ତ ସେନା କର୍ମଚାରୀ କୈଳାସ ଚନ୍ଦ୍ର ମହାପାତ୍ରଙ୍କୁ ଉପଢ଼ୌକନ ଓ ଉପହାର ଦେଇ ସମ୍ବର୍ଦ୍ଧିିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତବର୍ମା, ପୂର୍ବତନ ଜିଲାପରିଷଦ ସଭାପତି ମମିତା ନାଏକ, କେନ୍ଦୁଝର ନଗର ବିଜେପି ସଭାପତି ବିଶ୍ୱଜିତ ତ୍ରିପାଠୀ, ପୂର୍ବତନ ଜିଲା ସଭାପତି ରାଧାକାନ୍ତ ମହାନ୍ତ, କିରଣବାଳା ନାଏକ, ଶିବକୁମାର ରାଠୋର, ଦୀପକ ଜେନା, ମମତା ସିଂହ, ସବୀର ଦାଶ, ହେମରଞ୍ଜନ ବାରିକ, ପ୍ରକାଶ ମଲ୍ଲିକ, ସୁବ୍ରତ ମହାନ୍ତି, ଶୁକଦେବ ମହାନ୍ତ, ଅନୁବ୍ରତ ବେହେରା, ନୀଳମଣୀ ମହାନ୍ତ, ଚନ୍ଦ୍ରପ୍ରସାଦ ଗୁପ୍ତା, ଦୁର୍ଗାଚରଣ ବାରିକଙ୍କ ସମେତ ଶତାଧିକ କର୍ମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories