www.samajalive.in
Monday, December 15, 2025
14.1 C
Bhubaneswar

ବିଜେପି ନଗର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

ଆଠଗଡ : ବିଜେପିର ଆଠଗଡ ଏନଏସି ନଗର ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଗାନ୍ଧୀମାର୍ଗସ୍ଥିତ ଦଳୀୟ କାର୍ଯ୍ୟାଳୟରେ ରବିବାର ଅନୁଷ୍ଠିତ ହୋଇଯାଇଛି । ନଗରମଣ୍ଡଳ ସଭାପତି ହେମନ୍ତ କୁମାର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟ, ବିଧାନସଭା ନିର୍ବାଚନ ମଣ୍ଡଳୀ ସଂଯୋଜକ ବିକ୍ରମ କେଶରୀ ଦାଶ ଓ ଲୋକସଭା ବିସ୍ତାରକ ମୃତ୍ୟୁଞ୍ଜୟ ଜେନା ପ୍ରମୁଖ ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ୯ବର୍ଷ ପୂର୍ତ୍ତି ଉପଲକ୍ଷେ ଏକମାସ ଧରି ଆୟୋଜନ ହେବାକୁ ଥିବା ମହା ଜନ ସଂପର୍କ ଅଭିଯାନର ରୂପରେଖ ସଂପର୍କରେ ଆଲୋକପାତ କରିଥିଲେ। ମୋଦୀ ସରକାର ଦେଶର ଗରିିବଙ୍କ ପାଇଁ ସମର୍ପିତ ଏବଂ ସେମାନଙ୍କ କଲ୍ୟାଣ ପାଇଁ ବିଗତ ୯ବର୍ଷ ମଧ୍ୟରେ ବହୁ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି । ଦେଶର ପୁରାତନ ସାଂସ୍କୃତିକ ପରମ୍ପରାକୁ ଉଜ୍ଜୀବିତ ରଖି ଦେଶର ବିକାଶକୁ ଗତିଶୀଳ କରିଛନ୍ତି । ଏହି ସମୟ ମଧ୍ୟରେ ଦେଶର ବିଭିନ୍ନ କ୍ଷେତ୍ରରେ ଆଖିଦୃଷ୍ଟିଆ ବିକାଶ କରି କେନ୍ଦ୍ର ସରକାର ଏକ ନୂଆ ଦିଗନ୍ତ ସୃଷ୍ଟି କରିଛନ୍ତି ବୋଲି ବିଜେପି ନେତାମାନେ ପ୍ରକାଶ କରିଥିଲେ । ଏହି ଏକମାସ ବ୍ୟାପୀ ଅଭିଯାନ ସମୟରେ ଦେଶରେ ବ୍ୟାପକ ଜନସଂପର୍କ ସୃଷ୍ଟି ସହିତ ହିତାଧିକାରୀଙ୍କ ସହ ସଂପର୍କ ଯୋଡିବା ଏବଂ ବୁଥ୍‌‌ସ୍ତରୀୟ ସଂଗଠନକୁ ମଜବୁତ୍‌‌ କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଆଠଗଡ ନଗର ମଣ୍ଡଳ ଅନ୍ତର୍ଗତ ୧୮ଟି ଯାକ ୱାର୍ଡରେ ଘରକୁ ଘର ବୁଲି ଲୋକଙ୍କୁ କେନ୍ଦ୍ର ସରକାରଙ୍କର ସଫଳତା ଓ ଉପଲବ୍ଧି ସମ୍ପର୍କରେ ଅବଗତ କରାଇବା ପାଇଁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦିଆଯାଇଥିଲା । ଏହି ବୈଠକରେ ଜିଲ୍ଲା ଉପସଭାପତି ବିଚିତ୍ରାନନ୍ଦ ଜେନା, ଜିଲ୍ଲା ସଂପାଦିକା ହେମମଞ୍ଜରୀ ଭଞ୍ଜଦେଓ, ଘଣ୍ଟିଖାଲ ମଣ୍ଡଳ ସଭାପତି ନିର୍ମଳ କୁମାର, ସମସରପୁର ମଣ୍ଡଳ ସଭାପତି ତପନ ଲେଙ୍କା, ବରିଷ୍ଠ ନେତା ସନ୍ତୋଷ ପଟ୍ଟନାୟକ, ମହିଳା ମୋର୍ଚ୍ଚା ବରିଷ୍ଠ ନେତ୍ରୀ ଇଲା ପଣ୍ଡା, ସସ୍ମିତା ସାହୁ, ହିମାଂଶୁ ଶେଖର ସାହୁ, ଲଳିତ ରଞ୍ଜନ ସାହୁ, କ୍ୟାପଟେନ୍‌‌ ସୁରେଶ ମହାନ୍ତି, ଅଶୋକ ମହାନ୍ତିଙ୍କ ସମେତ ଶକ୍ତି କେନ୍ଦ୍ର ପ୍ରମୁଖ, ସହ ପ୍ରମୁଖ ଏବଂ ବୁଥ ସଭାପତିମାନେ ଯୋଗଦାନ କରିଥିଲେ । ସଂପାଦକ ରମାକାନ୍ତ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବରିଷ୍ଠ ନେତା ସୁନିଲ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories