www.samajalive.in
Sunday, December 14, 2025
26.1 C
Bhubaneswar

ବିଶ୍ୱ ମାସିିକ ଋତୁସ୍ରାବ ସ୍ୱଚ୍ଛତା ଦିବସ

ଆଠଗଡ :  ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ରାଧାଗୋବିନ୍ଦପୁର ପଞ୍ଚାୟତର ଲକ୍ଷ୍ମୀନାରାୟଣପୁର ଓ ରାଧାଗୋବିନ୍ଦପୁରଠାରେ ରବିବାର ବିଶ୍ୱ ମାସିକ ଋତୁସ୍ରାବ ସ୍ୱଚ୍ଛତା ଦିବସରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସଙ୍କ ପରାମର୍ଶକ୍ରମେ ମେଘା ସେକ୍ଟରର ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଏହି କାର୍ଯ୍ୟକ୍ରମ ସଂଯୋଜନା କରି ମାସିକ ଋତୁସ୍ରାବ ଏକ ସାଧାରଣ ଜୀବନଚକ୍ରର ଅଂଶ ଏବଂ ଏହି ସମୟରେ ଝିଅ ଓ ମହିଳାମାନେ ସ୍ୱଚ୍ଛତା ଅବଲମ୍ବନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ସମୟରେ ପ୍ରତିଦିନ ସ୍ନାନ କରିିବା ସହିତ ଶରୀରକୁ ପରିସ୍କାର ରଖିବା ଏବଂ ବ୍ୟବହାର କରୁଥିବା ପ୍ୟାଡ ୪-୬ଘଣ୍ଟା ଅନ୍ତରରେ ବଦଳାଇବା ଉଚିତ୍‌‌ ବୋଲି ସେ ମତବ୍ୟକ୍ତ କରିଥିଲେ ।

- Advertisement -

ସରକାରଙ୍କ ପକ୍ଷରୁ କିଶୋରୀ ଓ ମହିଳାମାନଙ୍କ ଋତୁସ୍ରାବ ସମୟରେ ପରିଚ୍ଛନ୍ନତା ପାଇଁ ଖୁସି ଯୋଜନା ମାଧ୍ୟମରେ ଖୁସି ପ୍ୟାଡ୍ ବଣ୍ଟନ କରାଯାଉଛି । ସେହିପରି ବିଦ୍ୟାଳୟସ୍ତରରେ ମଧ୍ୟ ୬ଷ୍ଠ ରୁ ୧୨ଶ ଶ୍ରେଣୀର ଛାତ୍ରୀଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ୍ ପ୍ରଦାନ କରାଯାଉଛି । ଏ ସବୁର ସଠିକ୍‌‌ ବ୍ୟବହାର କରିବା ସହିତ ଋତୁସ୍ରାବଜନିତ ଯେ କୌଣସି ସମସ୍ୟା ଦେଖାଦେଲେ ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହଯୋଗ ନେବା ପାଇଁ ସେ ଲୋକଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ପ୍ରଧାନ, ଅଙ୍ଗନୱାଡି କର୍ମୀ ସୁନିତା ଦାସ, ଆଶାକର୍ମୀ କୁନି ସାହୁ, ବନିତା ରାଉତ ଏବଂ ଗାଁ କଲ୍ୟାଣ ସମିତିର ସଦସ୍ୟମାନେ ଯୋଗଦାନ କରି ସହଯୋଗ କରିଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories