ପାତ୍ରପୁର: ପାତ୍ରପୁର ବ୍ଲକ ବି ନୂଆଗାଁ ପଂଚାୟତ ଅନ୍ତର୍ଗତ ସବରଦେଇପେଟା ଠାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ସମ୍ବିତ ବେଗରାୟ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଶିବିରରେ ଏହି ଗ୍ରାମ ସହିତ ପାର୍ଶ୍ଵ ଗ୍ରାମର ୨୦୦ ଜଣଙ୍କ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣାରେ ଔଷଧ ବଣ୍ଟନ କରାଯାଇଥିବା ଜଣାପଡିଛି। ବ୍ଲକର ଆଜି ସୀମାନ୍ତ ଗ୍ରାମରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିବାରୁ ଅଞ୍ଚଳବାସୀ ଆନନ୍ଦ ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା।
Popular Categories



