www.samajalive.in
Monday, December 15, 2025
16.1 C
Bhubaneswar

ତାଣ୍ଡବ ରଚିଲା କାଳବୈଶାଖୀ, ବ୍ୟାପକ କ୍ଷୟକ୍ଷତି ସୂଚନା

ଭୁବନେଶ୍ବର: ପ୍ରଚଣ୍ଡ ତାତି ପରେ ହଠାତ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱର, କଟକ, ପିପିଲି, ପୁରୀ, ଆଠଗଡ଼ ଓ କେନ୍ଦ୍ରାପଡାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ପବନ ହେବାରୁଅଧିକ କ୍ଷୟକ୍ଷତି ଘଟିଥିବା ସୂଚନା। ବହୁ ଘରର ଚାଳ,ଟିଣଛପର ଉଡ଼ିଯିବା ସହ ଗଛ ଡାଳ ଭାଙ୍ଗିଲା। ପ୍ରବଳ ବର୍ଷା ଓ ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ କରିଦେଇଥିଲା। ଭୁବନେଶ୍ବରରେ ଘଣ୍ଟାକୁ ୪୦ରୁ ୫୦ ବେଗରେ ପବନ ବହିଥିବାବେଳେ ଘଡ଼ଘଡ଼ି ସହ ବର୍ଷା ମଧ୍ୟ ହୋଇଥିଲା।

ଅପରାହ୍ନ ପ୍ରାୟ ୨ଟା ପରେ ଅଚାନକ ମାଡ଼ି ଆସିଥିଲା କାଳବୈଶାଖୀ। ପ୍ରଚଣ୍ଡ ଶବ୍ଦ ସହ ବଜ୍ରପାତ ସାଙ୍ଗକୁ ଜୋର ପବନ ଓ ବର୍ଷା ହୋଇଥିଲା। ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ କାଳବୈଶାଖୀ ତାଣ୍ଡବ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଥିଛି। ଭୁବନେଶ୍ୱର, କଟକ, ପିପିଲି, ପୁରୀ, ଢେଙ୍କାନାଳ, ଖୋର୍ଦ୍ଧାରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି। ବହୁ ଘରର ଚାଳ, ଟିଣ ଛପର ଉଡ଼ି ଯାଇଛି। ଗଛ ପଡ଼ି ଘର ଭାଙ୍ଗିଛି। କୁଆପଥର ମାଡ଼ରେ ବିଭିନ୍ନ ଫସଲ କ୍ଷତିଗ୍ରସ୍ତ ହୋଇଛି। ପ୍ରବଳ ବର୍ଷା ଓ ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ସୂଚନା ମିଳିଛି।

- Advertisement -

ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଓ ପବନ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବିଶେଷକରି କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ଢେଙ୍କାନାଳ, କନ୍ଧମାଳ, ନବରଙ୍ଗପୁର ସହ ପଶ୍ଚିମ ଓଡ଼ିଶାର କଳାହାଣ୍ଡି, ବଲାଙ୍ଗୀରରେ କାଳବୈଶାଖୀ ବର୍ଷା ଓ ପବନ ହେବ। ତେଣୁ ଲୋକେ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କାଳବୈଶାଖୀ ବର୍ଷା ଯୋଗୁ ଆଜି ଅପରାହ୍ନରେ ଉପକୂଳ ଓଡ଼ିଶା ଥଣ୍ଡା ହୋଇଛି। କିନ୍ତୁ ପଶ୍ଚିମ ଓଡ଼ିଶାରେ ତାତିର ପାରଦ ହ୍ରାସ ପାଇ ନଥିବାବେଳେ ଏଠାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଅଧିକ ଗରମ ଓ ଗୁଳୁଗୁଳି ହେଉଛି। ତେଣୁ ଲୋକେ କଲବଲ ହେଉଛନ୍ତି। ଆଜି ୪୨ ଡିଗ୍ରୀ ଟପିଛି ୫ ସହରର ତାତି। ୪୨.୮ ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର ହୋଇଛି ସମ୍ବଲପୁରରେ ୪୨.୭, ନୂଆପଡ଼ାରେ ୪୨.୪, ଝାରସୁଗୁଡ଼ାରେ ଓ ସୁନ୍ଦରଗଡ଼ରେ ୪୨.୨, ବୌଦ୍ଧରେ ୪୧.୬, ସୋନପୁରରେ ଓ ରାଉରକେଲାରେ ୪୧.୪, ବରଗଡ଼ ଓ ଅନୁଗୋଳରେ ୪୧.୨, ବଲାଙ୍ଗିର ଓ ହିରାକୁଦରେ ୪୧.୧, ନୟାଗଡ଼ରେ ୪୦.୫, ଭୁବନେଶ୍ୱରରେ ୪୦.୨, କଟକରେ ୩୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ  କରାଯାଇଛି।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories