www.samajalive.in
Monday, December 15, 2025
14.1 C
Bhubaneswar

ଖଟୁଆକୁଦା ସ୍କୁଲ ପ୍ରଧାନଶିକ୍ଷକଙ୍କ ବଦଳି ପାଇଁ ଦାବିପତ୍ର

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଖଟୁଆକୁଦା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ବଦଳି ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବୁଧବାର ଦିନ ବିଇଓଙ୍କୁ ଦାବିପତ୍ର ଦିଆଯାଇଛି। ଆଗାମୀ ଦିନରେ ଯଦି ପ୍ରଧାନଶିକ୍ଷକଙ୍କୁ ବଦଳି କରାନଯାଏ ତାହାଲେ ଗ୍ରାମବାସୀ ଏନେଇ ଆନ୍ଦୋଳନ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ପ୍ରଧାନଶିକ୍ଷକ ଜଣକ ଅଧିକାଂଶ ସମୟରେ ସ୍କୁଲକୁ ବିଳମ୍ବରେ ଆସୁଥିବା ଏବଂ ପିଲାଙ୍କୁ ଠିକ୍ ଭାବେ ପାଠପଢାଉ ନଥିବା ଦାବିପତ୍ରରେ ଦର୍ଶାଇଛି ସ୍କୁଲ ପରିଚାଳନା କମିଟି। ଫଳରେ ସ୍କୁଲରେ ପାଠପଢା ବ୍ୟାଘାତ ହେଉଛି। ପ୍ରଧାନଶିକ୍ଷକ ଅଧିକାଂଶ ସମୟରେ ଅନ୍ୟ ଶିକ୍ଷକଙ୍କ ସହ ସହଯୋଗ କରୁନଥିବା ଅଭିଯୋଗ କରିଛି ସ୍କୁଲ ପରିଚାଳନା କମିଟି। ଏଥିସହ ଶ୍ରେଣୀ ଗୃହରେ ପାଠପଢ଼ା ସମୟରେ ପ୍ରଧାନଶିକ୍ଷକ ଡ୍ରାମା କରୁଥିବା ଗ୍ରାମ୍ୟ କମିଟି ସଭାପତି ବୃନ୍ଦାବନ ପ୍ରଧାନ ସୂଚନା ଦେଇଛନ୍ତି। ଏନେଇ ପିଲାମାନେ ସ୍କୁଲରୁ ଘରକୁ ଯାଇ ନିଜ ଅଭିଭାବକଙ୍କଠାରେ ଅଭିଯୋଗ କରୁଛନ୍ତି। ଏଣୁ ତୁରନ୍ତ ତାଙ୍କୁ ଏହି ସ୍କୁଲରୁ ବଦଳି କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି। ଦାବିପତ୍ର ଦେବା ବେଳେ ସ୍କୁଲ ପରିଚାଳନା କମିଟି ସଭାପତି ଶବର କୁମାର ତରାଇ, ଗ୍ରାମ୍ୟ କମିଟି ସଭାପତି ବୃନ୍ଦାବନ ପ୍ରଧାନ, ୱାର୍ଡ ସଭ୍ୟ ଧନୁ ସାହୁ, ଅଜୟ ପ୍ରଧାନ, ବାବୁଲା ସାହୁ, ପ୍ରଦୀପ କୁମାର ସାହୁ, କାଳିଆ ସାହୁଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories