www.samajalive.in
Monday, December 15, 2025
16.1 C
Bhubaneswar

ଖାଇଛନ୍ତି କି କଦଳୀ ଚୋପା? ଜାଣନ୍ତୁ..

ପ୍ରତ୍ୟେକ ବୟସରେ କଦଳୀ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହା ଖୁବ ସ୍ୱାଦିଷ୍ଟ ମଧ୍ୟ। ପୋଷକ ତତ୍ତ୍ୱରେ ଭରପୁର କଦଳୀ, ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ବୋଲି କୁହାଯାଏ। କଦଳୀର ଉପକାରୀ ଗୁଣ ବିଷୟରେ ସଭିଁଙ୍କୁ ଜଣା। ମାତ୍ର ଏହାର ଚୋପାର ଉପକାରୀ ଗୁଣ ବିଷୟରେ ଜାଣିଛନ୍ତି କି? ଅଧିକାଂଶ ଲୋକେ ସାଧାରଣତଃ କଦଳୀ ଖାଇବା ପରେ ଏହାର ଚୋପାକୁ ଫିଙ୍ଗି ଦେଇଥାଆନ୍ତି। ମାତ୍ର ଏହାର ଚୋପା ଆଶ୍ଚର୍ଯ୍ୟଜନକ ଲାଭ ଦେଇଥାଏ।
କଦଳୀ ଓ ଏହାର ଚୋପା ଉଭୟ ସ୍ୱାସ୍ଥ୍ୟ ପାଇଁ ଭିନ୍ନ ଭିନ୍ନ ଉପକାର କରିଥାଏ। ସବୁଜ କଦଳୀ ପାଚନ ଜନିତ ସମସ୍ୟା ଦୂର କରିବା ପାଇଁ ଅଧିକ ପ୍ରଭାବଶାଳୀ। ଏହାସହ ପାଚିଲା କଦଳୀ ଶରୀରକୁ ଅନେକ ସଂକ୍ରମଣରୁ ରକ୍ଷା କରିଥାଏ। କଦଳୀ ଚୋପାରୁ ସ୍ୱାସ୍ଥ୍ୟକର ଜଳଖିଆ ଓ ମିଠା ମଧ୍ୟ ପ୍ରସ୍ତୁତ କରି ହେବ। କଦଳୀର ଭିତର ଅଂଶ ନରମ ଓ ମିଠା ହୋଇଥାଏ। ମାତ୍ର କଦଳୀ ଚୋପାକୁ ସେବନ କରିବା ପୂର୍ବରୁ ଏହାକୁ ଭଲ ଭାବେ ଧୋଇବା ଆବଶ୍ୟକ।
କଦଳୀ ଚୋପାରେ କ୍ୟାଲୋରୀ, କାର୍ବୋହାଇଡ୍ରେଟ, ଶର୍କରା, ଫାଇବର, ପୋଟାସିୟମ, ପ୍ରୋଟିନ, ଭିଟାମିନ ଏ, କ୍ୟାଲସିୟମ ଓ ଆଇରନ ସମେତ ଅନେକ ପୋଷକ ତତ୍ତ୍ୱ ରହିଛି। ଏହାର ସେବନ କରିବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ମିଳିଥାଏ। ଏହା ଶରୀରକୁ ମଜଭୂତ କରିଥାଏ।
କଦଳୀ ଚୋପାରେ ଥିବା ଏକ ପ୍ରକାର ପୋଷକ ତତ୍ତ୍ୱ ମାନସିକ ସୁସ୍ଥତା ବଜାୟ ରଖେ। ମାନସିକ ଦୁଶ୍ଚିତା ଦୂର କରିଥାଏ। ଶାନ୍ତି ଅନୁଭବ ହୋଇଥାଏ। ଚୋପାରେ ଥିବା ଭିଟାମିନ ବି୬ ଉତ୍ତମ ନିଦରେ ମଧ୍ୟ ସହାୟକ ହୋଇଥାଏ। ମସ୍ତିଷ୍କ ମଧ୍ୟ ସୁସ୍ଥ ରହିଥାଏ।
କଦଳୀ ଚୋପାରେ ଫାଇବର ପ୍ରଚୁର ମାତ୍ରାରେ ରହିଛି। ପେଟ ଖରାପ ସମୟରେ ଓ କୋଷ୍ଠକାଠିନ୍ୟ ସମସ୍ୟା ଥିଲେ କଦଳୀ ଚୋପା ଖାଇବା ଖୁବ୍‌‌ ଉପକାରୀ।
ଚକ୍ଷୁକୁ ସୁସ୍ଥ ରଖିବା ପାଇଁ କଦଳୀ ଚୋପାର ସେବନ କରିବା ଉଚିତ। ଏଥିରେ ଥିବା ଭିଟାମିନ ଏ ଆଖିକୁ ସୁସ୍ଥ, ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ। ଏହି ଭିଟାମିନ କଦଳୀ ଓ ଏହାର ଚୋପା ଉଭୟରେ ପ୍ରଚୁର ମାତ୍ରାରେ ରହିଛି।
କଦଳୀ ଚୋପାରେ ଆଣ୍ଟି-ଅକ୍ସିଡାଣ୍ଟ ମଧ୍ୟ ରହିଛି। କଦଳୀ ଚୋପାର ସେବନ କରିବା ଦ୍ୱାରା ଆଣ୍ଟି-ଅକ୍ସିଡାଣ୍ଟ ସ୍ତର ବୃଦ୍ଧି ହୋଇଥାଏ। ଏହାସହ କର୍କଟ ରୋଗରୁ ମଧ୍ୟ ଶରୀରକୁ ରକ୍ଷା କରିଥାଏ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories