www.samajalive.in
Sunday, December 14, 2025
26.1 C
Bhubaneswar

ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶିତ; ବାଜି ମାରିଲେ ଝିଅ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସସି) ପକ୍ଷରୁ ମଙ୍ଗଳବାର ସିଭିଲ ସର୍ଭିସ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇଛି। ୟୁପିଏସସିର ଅଫିସିଆଲ ୱେବସାଇଟ୍‌ upsc.gov.in ରେ ରେଜଲ୍ଟ ଉପଲବ୍ଧ। ଏହି ପରୀକ୍ଷାରେ ଝିଅଙ୍କ କମାଲ୍ ଦେଖିବାକୁ ମିଳିଛି। ଟପ୍-୪ରେ ରହିଛନ୍ତି ୪ଜଣ ଝିଅ। ଈଶିତା କି‌ଶୋର ସିଭିଲ ସର୍ଭିସ ପରୀକ୍ଷ‌ାରେ ଟପ୍ପର ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ଗରିମା ଲୋହିଆ, ତୃତୀୟ ସ୍ଥାନରେ ଉମା ହରାତି ଏନ୍ ଓ ଚତୁର୍ଥ ସ୍ଥାନରେ ସ୍ମୃତି ମିଶ୍ରା ରହିଛନ୍ତି।

ଅନ୍ତିମ ଫଳାଫଳରେ ମୋଟ୍‌ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୪୫ ପରୀକ୍ଷାର୍ଥୀ ସାଧାରଣ ବର୍ଗ, ୯୯ ପରୀକ୍ଷାର୍ଥୀ ଇଡବ୍ଲୁଏସ, ୨୬୩ ଓବିସି, ୧୫୪ ଏସସି ଏବଂ ୭୨ ପରୀକ୍ଷାର୍ଥୀ ଏସଟି ବର୍ଗର ରହିଛନ୍ତି। ଏଥିସହ ୧୭୮ ପ୍ରାର୍ଥୀଙ୍କର ଏକ ରିଜର୍ଭ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି।  ପ୍ରକାଶିତ ଫଳାଫଳ ଅନୁଯାୟୀ, ୧୮୦ ଜଣ ଆଇଏଏସ, ୩୮ ଜଣ ଆଇଏଫଏସ ଏବଂ ୨୦୦ ଜଣ ଆଇପିଏସ ଭାବେ କୃତକାର୍ଯ୍ୟ ହୋଇଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories