www.samajalive.in
Monday, December 15, 2025
16.1 C
Bhubaneswar

ଜିଓ ନେଟୱର୍କ ବ୍ୟାହତ : ଉପଭୋକ୍ତା ହନ୍ତସନ୍ତ

 ତିଗିରିଆ :   ସୋମବାର ଦିନ ତିଗିରିଆ ଏବଂ ଏହାର ଆଖପାଖ ଅଞ୍ଚଳରେ ରିଲାଏନ୍ସ ଜିଓର ଟେଲିକମ୍ ସେବା ଠପ ହୋଇ ଯାଇଥିଲା । ଫଳରେ ଜିଓ ବ୍ୟବହାରକାରୀ ଉପଭୋକ୍ତା ଦିନ ତମାମ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଦିନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପ୍ରାୟ ୬ ଘଣ୍ଟା ଧରି ନେଟୱାର୍କ ବ୍ୟାହତ ହୋଇଥିବା ଯୋଗୁଁ ଜିଓ ଉପଭୋକ୍ତା କାହା ସହ ଯୋଗାଯୋଗ କରି କଥା ହେବା ପାଇଁ ମୋବାଇଲରେ କଲ କରିପାରିନଥିଲେ। ଅପରାହ୍ନରେ କମ୍ପାନୀ ଏହି ସମସ୍ୟା ବିଷୟରେ ଜାଣିବାକୁ ପାଇଥିଲା ଓ ଏହାକୁ ସଜାଡି ଥିଲା। ଜିଓ ବ୍ୟବହାରକାରୀ କହିଛନ୍ତି ଯେ କଲ କରିବା ଓ ଇଣ୍ଟରନେଟ ଚଳାଇବା ପାଇଁ ସେମାନେ ମୋବାଇଲରେ ନେଟୱାର୍କ  ନ ପାଇ, ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେହି ପରି ଗତ କିଛି ଦିନ ହେଲା ତିଗିରିଆ ସମେତ ଆଖପାଖ ଅଞ୍ଚଳରେ ୪ଜି ମୋବାଇଲ ଡାଟା ବ୍ୟାହତ ହେଉଥିବା ଅଭିଯୋଗ ହୋଇଛି । ବିଭିନ୍ନ କାରଣରୁ ଦିନର ଅନେକାଂଶରେ ୪ଜି ଡାଟା ସେବା ଗତି ମନ୍ଥର ରହୁଥିବା ବେଳେ ଜରୁରୀକାଳୀନ ସମୟରେ ସମସ୍ୟା ସୃଷ୍ଟି ହେଉଥିବା ପରିଲକ୍ଷିତ ହେଉଛି । ଏବେ ସବୁଠି ନଗଦ ବିହୀନ ବ୍ୟବସ୍ଥା ପ୍ରଚଳିତ ଥିବା ବେଳେ ଏହା ସମ୍ପୂର୍ଣ୍ଣ ଇଣ୍ଟରନେଟ ଉପରେ ନିର୍ଭରଶୀଳ। ନଗଦ ବିହୀନ କାରବାର ନେଇ ବିଭିନ୍ନ ପ୍ରକାରର ମୋବାଇଲ ଆପ୍ଲିକେସନ ଆଉ ୱେବ ସାଇଟ ମାଧ୍ୟମରେ କରା ଯାଉଥିବା ବେଳେ ମନ୍ଥର ଡାଟା ସର୍ଭିସ ନେଇ ସମସ୍ୟା ସୃଷ୍ଟି ହେଉଛି। ବିଶେଷ କରି ଅର୍ଥ ଦେଣନେଣ କାରବାର ସମୟରେ ଇଣ୍ଟରନେଟ ସର୍ଭିସ ମନ୍ଥର ହୋଇଗଲେ ସମ୍ପୃକ୍ତ ହିତାଧ୍ୟାକାରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ତିଗିରିଆରେ ପ୍ରଥମକରି ୪-ଜି ଡାଟା ସେବା ଯୋଗାଇଦେବା ଆରମ୍ଭ ସମୟରେ ଉପଭୋକ୍ତାଙ୍କୁ ଉଚ୍ଚ ମାନର ଅତ୍ୟଧିକ ଗତି ସମ୍ପନ୍ନ ଡାଟା ସେବା ମିଳୁଥିଲା। କିନ୍ତୁ ଡାଟା ଗତି ବଢାଇବା ପାଇଁ ଆରମ୍ଭ ହୋଇଥିବା ୫-ଜି  ସେବାରେ ଏହି ବ୍ୟତିକ୍ରମ ଦେଖାଯାଉଛି।, ଗତି   ବୃଦ୍ଧି ଘଟିବା ଜାଗାରେ ଦିନକୁ ଦିନ ଡାଟା ସ୍ପିଡ୍ କମ ହୋଇଯାଉଥିବା ପରିଲକ୍ଷିତ ହୋଇଛି । ସେହିପରି ନିଜିଗଡ଼ରେ ଘର ଭିତରକୁ ଗଲା ପରେ ଜିଓ ଡାଟା ସେବା ଠିକ ଭାବରେ ମିଳୁନାହିଁ । ଏ ସମସ୍ୟା ସମ୍ପର୍କରେ ଜିଓ କର୍ତ୍ତୃପକ୍ଷ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories