www.samajalive.in
Monday, December 15, 2025
16.1 C
Bhubaneswar

ସାଧୁ ସ୍ୱରୂପ ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି

ଆଠଗଡ :  ରାସରସିକପୁରସ୍ଥିତ ରାଧାରସିକ ଦେବ ମଠର ସାଧୁ ସ୍ୱର୍ଗତ ସ୍ୱରୂପ ମହାରାଜଙ୍କୁ ତାଙ୍କ ବିୟୋଗର ତ୍ରୟୋଦଶ ଦିନ (ସୋମବାର) ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସାଧୁ ସ୍ୱରୂପ ମହାରାଜ ରାସରସିକପୁର ସାହିରେ ୧୯୪୭ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପ୍ରକୃତ ନାମ ଶରତ ଚନ୍ଦ୍ର ଦଳାଇ । ତେବେ ଶିକ୍ଷା ସମାପ୍ତ ପରେ ମାତ୍ର ୨୫ବର୍ଷ ବୟସରେ ସେ ବୈଷ୍ପବ ଧର୍ମ ଗ୍ରହଣ କରିବା ସହ ପୁରୀର ସିଦ୍ଧ ବକୁଳ ମଠରେ ଗୁରୁଙ୍କ ଆଶ୍ରିତ ହେବା ପରେ ଗୁରୁଙ୍କ ଆଦେଶରେ ତାଙ୍କର ନାମ ପରିବର୍ତ୍ତନ କରାଯାଇଥିଲା। ସୋମବାର ରାଧାରସିକ ମଠରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ତାଙ୍କ ତ୍ୟାଗପୁତ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସାହିର ବୟୋଜ୍ୟେଷ୍ଠ ମୁରବୀ ଶ୍ରୀପତୀ ମହାରଣା, ରତ୍ନାକର ସାହୁ, ମୃତ୍ୟୁଞ୍ଜୟ ମହାପାତ୍ର, ପୂର୍ବତନ ନଗରପାଳ ସୁଚିତ୍ରା ସାହୁ, ସାହିି ସଭାପତି ମିହିର କୁମାର ତ୍ରିପାଠୀ, ଅଜୟ କୁମାର ଦାସ, ସଂଜୟ ପଟ୍ଟନାୟକ, ହେମନ୍ତ ଦଳାଇ, ସୂର୍ଯ୍ୟମଣି ଦଳାଇ, ପ୍ରଦୀପ ଦାସ, ଜ୍ଞାନଞ୍ଜୟ ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂର୍ବତନ କାଉନସିଲର ଶିବଶଙ୍କର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପୂର୍ବତନ କାଉନସିଲର ସୁଧାଂଶୁ ଶେଖର ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବହିଷ୍କୃତ ହେବା ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories