ଗଦାଧରପୁରରେ ବିହନ ବିକ୍ରୟ କେନ୍ଦ୍ରର ଶୁଭାରମ୍ଭ

ପାଟଣା :  ଓମ୍ ମା ତାରିଣୀ ଆଗ୍ରୋ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ ଢେଙ୍କିକୋଟ ତରଫରୁ ଚାଷୀ ମାନଙ୍କ ପାଇଁ ଏକ ବିହନ ବିକ୍ରୟ କେନ୍ଦ୍ର କମ୍ପାନୀର ଶାଖା କାର୍ଯ୍ୟାଳୟ ଗଦାଧରପୁର ଠାରେ ଆରମ୍ଭ କରାଯାଇଅଛି । ଆଗାମୀ ଖରିଫ ଋତୁ ପାଇଁ ଚଷୀମାନେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ରିଆତି ମୂଲ୍ୟରେ ସମସ୍ତ ପ୍ରକାର ଧାନ ବିହନ ସହିତ ବାଡ଼ିରେ ପନିପରିବା ଚାଷ ପାଇଁ ସମସ୍ତ ପ୍ରକାର ମଞ୍ଜି ପାଇପାରିବେ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ କମ୍ପାନୀର ମୁଖ୍ୟ ନିର୍ଦେଶକ ପ୍ରଦୀପ କୁମାର ବେହେରା, ନିର୍ଦେଶକ ଅମର ସିଂ, ଦିଲୀପ କୁମାର ଦେହୁରୀ, ଗୋବର୍ଦ୍ଧନ ବେହେରା, କୁଳମଣି ନାଏକ ଓ ଚାଷୀ ପ୍ରଫୁଲ ଦାସ, ବେଣୁଧର ନାଏକ, ରାଜକିଶୋର ମାହାନ୍ତ, ନିମାଇଁ ଚନ୍ଦ୍ର ନାଏକ, ରାଜ ମୁଣ୍ଡା, ବିଦ୍ୟାଧର ମାହାନ୍ତ ଓ କୁସିନାଥ ସାହୁ ଉପସ୍ଥିତ ରହିବା ସହିତ ଚାଷୀ ମନେ ଆଗ୍ରହର ସହିତ ବିହନ କିଣିଥିଲେ।

Comments are closed.