www.samajalive.in
Saturday, December 13, 2025
27.1 C
Bhubaneswar

ଆସନ୍ତାକାଲି ଶପଥ ଗ୍ରହଣ : ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ, ଶିବକୁମାର ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଜାରି ରହିଥିବା ଅଚଳାବସ୍ଥା ଦୂର ହୋଇଛି। ଦଳର ବରି​ଷ୍ଠ ନେତା ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଓ ଡି.କେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଦଳ ମନୋନୀତ କରିଛି । ସରକାରରେ ଜଣେ ମାତ୍ର ଉପମୁଖ୍ୟମନ୍ତ୍ରୀ ରହିବେ ବୋଲି ନିଷ୍ପତ୍ତି ହୋଇଛି। ଆସନ୍ତାକାଲି(ଶନିବାର) ବେଙ୍ଗାଲୁରୁର କାନ୍ତିରଭା ଷ୍ଟାଡିୟମରେ ଶପଥ ଗ୍ରହଣ ଉତ୍ସବ ହେବ। ଶପଥ ଗ୍ରହଣ ଉତ୍ସବକୁ ସମସ୍ତ ସମଭାବାପନ୍ନ ଦଳର ନେତା ଓ ବିଜେପି ବିରୋଧୀ ସରକାରର ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି।

ସିଦ୍ଧରମୈୟା ପୂର୍ଣ୍ଣ ୫ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହେବେ। ଶିବକୁମାର ଜଣେ‌ ମାତ୍ର ଉପମୁଖ୍ୟମନ୍ତ୍ରୀ ରହିବେ। ସେମାନଙ୍କ ମଧ୍ୟରେ କୌଣସି କ୍ଷମତା ଆବଣ୍ଟନ କିମ୍ବା ପାଳି ସମ୍ପର୍କିତ ବୁଝାମଣା ହୋଇନାହିଁ । ସିଦ୍ଧରମୈୟା ଜଣେ ବରିଷ୍ଠ ଓ ଅଭିଜ୍ଞ ନେତା । ତାଙ୍କର ପ୍ରଶାସନିକ ଦକ୍ଷତା ରହିଥିବାରୁ ମୁଖ୍ୟମନ୍ତ୍ରୀ ମନୋନୀତ କରାଯାଇଛି । ଦୃଢ଼ ସଂଗଠକ ଶିବକୁମାର ଦଳୀୟ ସ୍ବାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ କରିଛନ୍ତି। ଆସନ୍ତା ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ସେ ଦଳର ପ୍ରଦେଶ ସଭାପତି ଦାୟିତ୍ବ ତୁଲାଇବେ ବୋଲି ନିଷ୍ପତ୍ତି ହୋଇଛି। ଉଭୟ ନେତା ଏକାଠି ଅଛନ୍ତି; ଲୋକଙ୍କ ସେବା ଓ ସେମାନଙ୍କ ଆଶା ଆକଙ୍‌କ୍ଷା ପୂରଣ ଦଳର ଏକମାତ୍ର କର୍ତ୍ତବ୍ୟ ହେବ। କର୍ଣ୍ଣାଟକର ଭବିଷ୍ୟତ ସୁରକ୍ଷା ଓ ଲୋକଙ୍କ କଲ୍ୟାଣ ହିଁ ସେମାନଙ୍କର ଧ୍ୟେୟ ବୋଲି ସିଦ୍ଧରମୈୟା ଓ ଶିବକୁମାର କହିଥିଲେ। ଏହି ଘୋଷଣା ପରେ ସିଦ୍ଧରମୈୟା ବେଙ୍ଗାଲୁରୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ତାଙ୍କୁ ବିଧିବଦ୍ଧ ଭାବେ ନେତା ନିର୍ବାଚିତ କରାଯାଇଥିଲା। ଶିବକୁମାରଙ୍କୁ ପ୍ରାୟ ୬ଟି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ମିଳିବ ବୋଲି ସୂଚନା ମିଳିଛି।
ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଜୋର୍‌ଦାର ଚାଲିଛି । ଉତ୍ସବରେ ଖଡ଼ଗେଙ୍କ ସହ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ରାଜସ୍ଥାନର ଅଶୋକ ଗହଲୋତ, ହିମାଚଳ ପ୍ରଦେଶର ସୁଖବିନ୍ଦର ସିଂହ ସୁଖୁ, ଝାଡ଼ଖଣ୍ଡର ହେମନ୍ତ ସୋରେନ, ତାମିଳନାଡୁର ଏମ୍‌.କେ ଷ୍ଟାଲିନ, ତେଲଙ୍ଗାନାର କେ. ଚନ୍ଦ୍ରଶେଖର ରାଓ, ବିହାରର ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ପଶ୍ଚିମବଙ୍ଗର ମମତା ବାନାର୍ଜୀ, ଏନ୍‌ସିପି ମୁଖ୍ୟ ଶରଦ ପୱାର, ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ନ୍ୟାସନାଲ କନ୍‌ଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ପ୍ରମୁଖ ଯୋଗଦେବେ ବୋଲି ଜଣାପଡ଼ିଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଉତ୍ସବକୁ ନିମନ୍ତ୍ରଣ କରାଯାଇଥିବା କୁହାଯାଉଛି।
ଉଭୟ ସିଦ୍ଧରମୈୟା ଓ ଶିବକୁମାର ଦକ୍ଷିଣ କର୍ଣ୍ଣାଟକରୁ ପ୍ରତିନିଧିତ୍ବ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମନୋନୟନବେଳେ ରାଜ୍ୟର କୌଣସି ପ୍ରଭାବଶାଳୀ ଗୋଷ୍ଠୀ କିମ୍ବା ସାମ୍ପ୍ରଦାୟିକ ବିଚାର ସ୍ଥାନ ପାଇନାହିଁ। ବିରୋଧୀ ବିଜେପି ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ମୁଖ୍ୟମନ୍ତ୍ରୀ ମନୋନୟନରେ ଆଞ୍ଚଳିକତା ଓ ସାମ୍ପ୍ରଦାୟିକତାକୁ ଗୁରୁତ୍ବ ଦେଇନଥିବା ସମାଲୋଚନା କରିଛି। ଏଥିସହ ମୁଖ୍ୟମନ୍ତ୍ରୀ ମନୋନୟନ ପାଇଁ ଦଳକୁ ୪ଦିନ ଲାଗିଯିବାକୁ ସମାଲୋଚନା କରିଛନ୍ତି ବିଜେପି ଆଇଟି ପ୍ରକୋଷ୍ଠ ମୁଖ୍ୟ ଅମିତ ମାଲବ୍ୟ। ଏହାର ଜବାବରେ କଂଗ୍ରେସ ମୁଖପାତ୍ର ଜୟରାମ ରମେଶ କହିଛନ୍ତି ଯେ ଭାବି ସରକାର ଜାତି ଓ ସମ୍ପ୍ରଦାୟ ଉପରେ ସବୁ ଲୋକଙ୍କ ପାଇଁ କାମ କରିବ। ପୁନଶ୍ଚ ମୁଖ୍ୟମନ୍ତ୍ରୀ ନାମ ଘୋଷଣା ପାଇଁ ବିଜେପି ଉତ୍ତର ପ୍ରଦେଶରେ ୮ଦିନ, ଆସାମରେ ୭ଦିନ, ଉତ୍ତରାଖଣ୍ଡରେ ୧୧ଦିନ ନେଇଥିଲା ବୋଲି ସେ କହିଛନ୍ତି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories