www.samajalive.in
Saturday, December 13, 2025
27.1 C
Bhubaneswar

୬ମାସରେ ଅପପୁଷ୍ଟି ଦୂରକର

କଟକ : ଯାଜପୁର ଜିଲା କଳିଙ୍ଗନଗର ଅଞ୍ଚଳରେ ଶିଶୁମାନେ ଅପପୁଷ୍ଟିର ଶିକାର ହେବା ମାମଲାର ଶୁଣାଣି ଗୁରୁବାର ଉଚ୍ଚ ନ୍ୟାୟାଳୟରେ ହୋଇଥିଲା। ମୁଖ୍ୟ ବିଚାରପତି ଏସ. ମୁରଲୀଧର ଏବଂ ବିଚାରପତି ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହା ଉପରେ ଉଦ୍‌ବେଗ ପ୍ରକାଶ କରିବା ସହ ମାସକ ମଧ୍ୟରେ ବୈଠକ କରି ଗୁରୁତର ଅପପୁଷ୍ଟି ଓ ମଧ୍ୟମ ଧରଣର ଅପପୁଷ୍ଟି ରୋକିବା କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଅଧୀନରେ ଏକ କମିଟି ଗଠନ ହେବ। ଏହି କମିଟିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ, ମହିଳା ଓ ଶିଶୁ ସୁରକ୍ଷା ସଚିବ, ଆଦିବାସୀ ଉନ୍ନୟନ ବିଭାଗ ସଚିବ, ଖାଦ୍ୟ ସୁରକ୍ଷା ଓ ଖାଉଟି କଲ୍ୟାଣ ବିଭାଗ ସଚିବ, ମହିଳା କମିସନ, ଶିଶୁ ଅଧିକାର ସୁରକ୍ଷା କମିସନ ସଦସ୍ୟ ରହିବେ। ୬ମାସ ମଧ୍ୟରେ ରାଜ୍ୟରୁ ଯେପରି ଗୁରୁତର ଅପପୁଷ୍ଟିର ମୂଳୋତ୍ପାଟନ କରିବା ଓ ମଧ୍ୟମ ଧରଣର ଅପପୁଷ୍ଟି ସଂଖ୍ୟା ଅଧାରୁ କମ୍‌ କରିବା କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରିବେ। ଏଥିସହ କେନ୍ଦୁଝର ଜିଲାରେ ଅପପୁଷ୍ଟିର ଶିକାର ପିଲାଙ୍କ ସଂଖ୍ୟା ବହୁ ଅଧିକ ରହିଛି। ସେଠାକାର ଜିଲାପାଳ ଓ ଜିଲା ସ୍ବାସ୍ଥ୍ୟ ଅଧିକାରୀ ଜିଲାର ବିଭିନ୍ନ ସ୍ଥାନ ଗସ୍ତ କରିବା ସହ ଅପପୁଷ୍ଟି ପିଲାଙ୍କୁ ଚିହ୍ନଟ କରିବା ଲାଗି ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ଆଜି ଯାଜପୁର ଜିଲାପାଳ, କେନ୍ଦ୍ର ମହିଳା ବିକାଶ ମନ୍ତ୍ରଣାଳୟର ଉଚ୍ଚପଦସ୍ଥ ଅଧିକାରୀ ଓ ରାଜ୍ୟ ମହିଳା ଓ ଶିଶୁ ବିକାଶ ସଚିବ ଶୁଭ ଶର୍ମା ଆଭାସି ମାଧ୍ୟମରେ ଉପସ୍ଥିତ ଥିଲେ। ଯାଜପୁର ଜିଲା ଦାନଗଦି ବ୍ଲକରେ ଶିଶୁମାନେ ଅପପୁଷ୍ଟିର ଶିକାର ହୋଇଥିବା ସଂକ୍ରାନ୍ତରେ ସ୍ବୀକାର କରିଥିଲେ। ଅଗଷ୍ଟ ୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ସୂଚନାଯୋଗ୍ୟ, ଯାଜପୁର ଜିଲା କଳିଙ୍ଗନଗର ଅଞ୍ଚଳରେ ୬୦ରୁ ୭୦ ଜଣ ପିଲା ଅପପୁଷ୍ଟିର ଶିକାର ହୋଇଥିଲେ। ଏ ନେଇ ଯାଜପୁରର ସମାଜସେବୀ ମଣ୍ଟୁ ଦାସ ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରିଥିଲେ। ଖାଇଝର ପଞ୍ଚାୟତ, ଶାଳିନୀଜଙ୍ଘ, ନଦିଆଭାଙ୍ଗ, ଧୂଳିଘର, ଚଣ୍ଡିଆ ଏବଂ ରଣାଗୁଣ୍ଡି ପଞ୍ଚାୟତରେ ବହୁ ସଂଖ୍ୟାରେ ପିଲା ଅପପୁଷ୍ଟିର ଶିକାର ହୋଇଥିବା ଦର୍ଶାଯାଇଥିଲା। ଏହି ପଞ୍ଚାୟତର ବହୁ ଲୋକେ ଆର୍ଥିକ ଦୃଷ୍ଟିରୁ ମଧ୍ୟ ଅନଗ୍ରସର। ଫଳରେ ସେମାନେ ପିଲାଙ୍କୁ ଉପଯୁକ୍ତ ଖାଦ୍ୟ ମୁଠାଏ ଦେଇପାରୁନଥିବାରୁ ଅକାଳରେ ସେମାନଙ୍କ ଜୀବନ ଚାଲିଯାଉଛି। କିଛି ପିଲା ଅପପୁଷ୍ଟିର ଶିକାର ହୋଇ ଗୋଟିଏ ସ୍ଥାନରେ ପଡ଼ି ରହିଛନ୍ତି। ଏପରିକି ଦୁଇ ପିଲାଙ୍କ ଜୀବନ ଯାଇ ସାରିଲାଣି। ମାତ୍ର ପ୍ରଶାସନ ଏଥିପ୍ରତି ଗୁରୁତ୍ବ ଦେଉ ନାହିଁ। ଆଧାର କାର୍ଡ ନଥିବାରୁ ଉକ୍ତ ଅଞ୍ଚଳର ବହୁ ପିଲା ସାଧାରଣ ବଣ୍ଟନ ବ୍ୟବସ୍ଥାରୁ ବାଦ୍‌ ପଡ଼ିଛନ୍ତି। ଏହି ବ୍ଲକର ଘାଟିସାହି ଗ୍ରାମରେ ୩୦୯ ଜଣ ଗ୍ରାମବାସୀଙ୍କ ମଧ୍ୟରୁ ୧୬୦ ଜଣଙ୍କର କେବଳ ଆଧାର କାର୍ଡ ସଂଯୋଗ ହୋଇପାରିଛି। ବହୁ ଲୋକେ ଏହି ସୁବିଧାରୁ ବଞ୍ଚିତ ହେଉଥିବା ଆବେଦନକାରୀ ପିଟିସନରେ ଦର୍ଶାଇଥିଲେ। ଉଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି କରି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ସଚିବ ଏବଂ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବଙ୍କୁ ଜବାବ ଦାଖଲ ଲାଗି ନିର୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଫରାଜ୍‌‌ ସୁହେଲ୍‌‌ ମାମଲା ପରିଚାଳନା କରୁଛନ୍ତି।
ସୂଚନାଯୋଗ୍ୟ, ଏହି ମାମଲା ଉଚ୍ଚ ନ୍ୟାୟାଳୟରେ ହେବା ପରେ ସ୍ଥିତି ଅନୁଧ୍ୟାନ ଓ ବ୍ୟବସ୍ଥା ସୁଧାରିବାଲାଗି ରାଜ୍ୟ ସରକାର ୩ଜଣ ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳକୁ ମଧ୍ୟ ପଠାଇଥିଲେ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories