ଶୁକ୍ରବାର ରାଶିଫଳ (୧୯.୦୫.୨୦୨୩) ରାଶିଫଳଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟ By samajalive Last updated May 19, 2023 Share ମେଷ : ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ଭାଗ୍ୟରେ ଅର୍ଥାଗମର ସୂଚନା ମିଳୁଛି। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଯାନବାହନ ସୁଖ ମିଳିପାରେ। ଅଶ୍ବିନୀ ଓ କୃତ୍ତିକାର ସାମାନ୍ୟ ଶୁଭ। ବୃଷ : ରୋହିଣୀ ଓ ମୃଗଶିରା ନକ୍ଷତ୍ରଜାତ ବ୍ୟକ୍ତି ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ଗୁପ୍ତ ବିଦ୍ୟାରେ ରୁଚି ରହିବ। କର୍ମଚଞ୍ଚଳ ରହିବେ। ସାହସୀ, ଜ୍ଞାନୀ ହେବେ। କୃତ୍ତିକା ନକ୍ଷତ୍ରଜାତ ବ୍ୟକ୍ତି କ୍ରୋଧୀ ହେବେ। ମିଥୁନ : ମୃଗଶିରା ଓ ପୁନର୍ବସୁ ନକ୍ଷତ୍ରଜାତ ବ୍ୟକ୍ତିଙ୍କୁ ଉଚ୍ଚ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟର ସଫଳ ରୂପାୟନ କରିପାରନ୍ତି। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ମିଳିବ। ଆର୍ଦ୍ରା ନକ୍ଷତ୍ରର ସାମାନ୍ୟ ଶୁଭ। କର୍କଟ : ପୁନର୍ବସୁ ଓ ଅଶ୍ଲେଷା ନକ୍ଷତ୍ରଜାତ ବ୍ୟକ୍ତି ବଂଶର ମର୍ଯାଦା ରକ୍ଷା କରିବାରେ ପାରଙ୍ଗମ ହେବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଦାୟକ ହେବ। ପୁଷ୍ପା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ସାମାନ୍ୟ ଶୁଭ। ସିଂହ : ପୂର୍ବାଫାଲ୍ଗୁନୀ ନକ୍ଷତ୍ରଜାତ ବ୍ୟକ୍ତି ଭାଗ୍ୟଶାଳୀ ହୋଇପାରନ୍ତି। ମଘା ଓ ଉତ୍ତରାଫାଲ୍ଗୁନୀ ପାଇଁ ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉଦ୍ୟୋଗୀ ହୋଇପାରନ୍ତି। ସୁଖୀ ହେବେ। କନ୍ୟା : ହସ୍ତା ନକ୍ଷତ୍ରଜାତ ବ୍ୟକ୍ତି ବିବେକାନୁମୋଦିତ କାର୍ଯ୍ୟକରି ଅବ୍ୟବସ୍ଥିତ କାର୍ଯ୍ୟକୁ ବ୍ୟବସ୍ଥିତ କରିପାରନ୍ତି। କୌଶଳ ପ୍ରୟୋଗକରି ପାରମ୍ପରିକ ନିର୍ମାଣ କାର୍ଯ୍ୟରୁ ବିରତ ରହିବେ। ଉତ୍ତରାଫାଲ୍ଗୁନୀର ସାମାନ୍ୟ ଶୁଭ। Related Posts ଲିଙ୍ଗଗତ ସମାନତା ଆମ ବୈଦେଶିକ ନୀତି ଓ ବିଶ୍ୱ… Jan 10, 2025 ମହିଳା ନେତୃତ୍ୱାଧିନ ସଶକ୍ତିକରଣକୁ ପ୍ରାଧାନ୍ୟ,… Jan 10, 2025 ତୁଳା : ବିଶାଖା ନକ୍ଷତ୍ରଜାତ ବ୍ୟକ୍ତି ସମାଜ ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ସ୍ବାତୀ ନକ୍ଷତ୍ରଜାତ ବ୍ୟକ୍ତି ଶୁଭଫଳ ପାଇବେ। ଚିତ୍ରା ନକ୍ଷତ୍ରଜାତ ବ୍ୟକ୍ତି ଶୁଭଫଳରୁ ବଞ୍ଚିତ ହୋଇପାରନ୍ତି। ବିଛା : ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ରଜାତ ବ୍ୟକ୍ତି ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କର ପ୍ରଶଂସାର ପାତ୍ର ହେବେ। ଭ୍ରାତୃଭାବ ଅତୁଟ ରଖିପାରନ୍ତି। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ଅନୁରାଧା ନକ୍ଷତ୍ରର ସାମାନ୍ୟ ଶୁଭ। ଧନୁ : ପୂର୍ବାଶାଢ଼ା ନକ୍ଷତ୍ରଜାତ ବ୍ୟକ୍ତି ଧନଶାଳୀ ହୋଇପାରନ୍ତି। ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ହଠାତ୍ କିଛି ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଉତ୍ତରାଷାଢ଼ା, ମୂଳା ନକ୍ଷତ୍ରର ସାମାନ୍ୟ ଶୁଭ। ମକର : ଶ୍ରବଣା ନକ୍ଷତ୍ରଜାତ ବ୍ୟକ୍ତି ଓ ଧନିଷ୍ଠା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ମନୋବଳ ଦୃଢ଼ ରହିବ। ବାସଗୃହ ପ୍ରଦୂଷଣମୁକ୍ତ ରହିବ। ଯାନବାହନ ସୁଖ ମିଳିବ। ଉତ୍ତରାଷାଢ଼ା ନକ୍ଷତ୍ର ବ୍ୟକ୍ତି ଶୁଭଫଳରୁ ବଞ୍ଚିତ ହେବେ। କୁମ୍ଭ : ଧନିଷ୍ଠା ଓ ପୂର୍ବଭାଦ୍ର ନକ୍ଷତ୍ରଜାତ ବ୍ୟକ୍ତି ଧର୍ମକର୍ମ ସମ୍ପାଦନ କରିପାରନ୍ତି। ଈଶ୍ବର ବିଶ୍ବାସୀ ହେବେ। ପ୍ରେମୀ ଓ ସାହସୀ ହେବେ। ଅନୁଜମାନଙ୍କଠାରୁ ଆଦର ସମ୍ମାନ ପାଇପାରନ୍ତି। ଶତଭିଷାର ସାମାନ୍ୟ ଶୁଭଫଳ। ମୀନ : ପୂର୍ବଭାଦ୍ର ଓ ରେବତୀ ନକ୍ଷତ୍ରଜାତ ବ୍ୟକ୍ତି ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁରଭାଷୀ ଓ ସହନଶୀଳ ହେବେ। ଶାନ୍ତିପ୍ରିୟ ହୋଇପାରନ୍ତି। ଉତ୍ତରଭାଦ୍ରର ସାମାନ୍ୟ ଶୁଭଫଳ। Share FacebookTwitterWhatsApp
Comments are closed.