www.samajalive.in
Monday, December 15, 2025
17.1 C
Bhubaneswar

ଭିରୁଡ଼ାରେ ଅବକାରୀ ଚଢଉ : ୧୬,୧୫୦ ଲିଟର ପୋଚ ଓ ୧୬୧୦ ଲିଟର ମଦ ଜବତ

ତିଗିରିଆ :  ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶକ୍ରମେ  ଆଠଗଡ଼ ଅବକାରୀ ଉପଅଧିକ୍ଷକ ପ୍ରମୋଦ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ତିଗିରିଆ  ଥାନା ଅନ୍ତର୍ଗତ  ଭିରୁଡା (ପଣସପାଟଣା) ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢଉ କରାଯାଇ ୧୬,୧୫୦ ଲିଟର  ଗୁଡ ପୋଚ ଓ ୧୬୧୦ ଲିଟର ରନ୍ଧା ଦେଶୀ ମଦ ଏବଂ ବିଭିନ୍ନ ମଦ ରନ୍ଧା ଉପକରଣ ଜବତ କରାଯାଇଛି। ଏହି କ୍ରମରେ ଅବକାରୀ ବିଭାଗ ପକ୍ଷରୁ ୫ଟି ମାମଲା ରୁଜୁ ହୋଇଛି।
ଏହି ଚଢଉରେ  ଆଠଗଡ଼ ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସ, ମୋବାଇଲ ଅବକାରୀ ନିରୀକ୍ଷକ ସଞ୍ଜିତ୍ ବାର୍ଲା, ଆଠଗଡ଼ ଅବକାରୀ ଉପ ନିରୀକ୍ଷକ ସୌମ୍ୟ ରଞ୍ଜନ ମାଝୀ, ମୋବାଇଲ ଅବକାରୀ ଉପ ନିରୀକ୍ଷକ ଅଜିତ କୁମାର ପାତ୍ର, ବାଙ୍କୀ ଅବକାରୀ ଉପ ନିରୀକ୍ଷକ ଦୀପକ କୁମାର ମାରାଣ୍ଡି ପ୍ରମୁଖ ଙ୍କ ସହିତ ଅବକାରୀ ବିଭାଗ ର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ତେବେ ଏହି ଚଢାଉରେ କେହି ମଦ ମାଫିଆ ଗିରଫ ହୋଇ ନାହାନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories