www.samajalive.in
Saturday, December 13, 2025
23.1 C
Bhubaneswar

ନିଗମ କାର୍ୟ୍ୟାଳୟ ଘେରାଓ କଲେ ଉଠା ଦୋକାନୀ

ସମ୍ବଲପୁର: ସମ୍ବଲପୁର ମହାନଗର ଅଞ୍ଚଳରେ ରହିଥିବା ଉଠା ଦୋକାନ ଗୁଡିକର ସମସ୍ୟା ସମାଧାନ ନିମନ୍ତେ ଦାବି କରାଯାଇ ନିଗମ କାର୍ୟ୍ୟାଳୟ ବୁଧବାର ଘେରାଓ କରାଯାଇଛି। ସମ୍ବଲପୁର ଉଠା ଦୋକାନୀ ସଂଘର ଉପ ସଭାପତି ସତିଶ ବିଶି ଙ୍କ ନେତୃତ୍ୱରେ ଉଠା ଦୋକାନୀ ସଂଘର ସଦସ୍ୟ ଓ ସଦସ୍ୟା ମାନେ ନିଗମ କାର୍ୟ୍ୟାଳୟକୁ ଆଜି ପୂର୍ବାହ୍ନରେ ଘେରାଓ କରି କତ୍ତୃପକ୍ଷ ଙ୍କ ସହିତ ଆଲୋଚନା କରି ଲାଗି ରହିଥିବା ବିଭିନ୍ନ ସମସ୍ୟା ଗୁଡିକର ସମାଧାନ ଦାବି କରିଛନ୍ତି। ନିଗମ କତ୍ତୃପକ୍ଷଙ୍କୁ ଦିଆଯାଇଥିବା ଦାବିପତ୍ର ଅନୁଯାୟୀ, ନିଗମ ଅଞ୍ଚଳରେ ହଜାର ହଜାର ଉଠା ଦୋକାନୀ ମାନଙ୍କ ଦ୍ୱାରା ସେମାନଙ୍କର ପରିବାର ପୋଷଣ କରାଯାଉଛି। ଅଇଁଠାପାଲି ଅଞ୍ଚଳର ୪ ଶହରୁ ଉର୍ଦ୍ଧ ଉଠା ଦୋକାନୀ ମାନଙ୍କୁ ଥଇଥାନ କରା ନ ଯାଇ ଉଚ୍ଛେଦ କରାଯାଉଛି। ପିଏଚଡି ପଡ଼ିଆରେ ପର୍ୟ୍ୟାପ୍ତ ପରିମାଣରେ ପିଣ୍ଡି କରା ନ ଯାଇ ସେମାନଙ୍କୁ ଉଚ୍ଛେଦ କରାଯାଉଛି। ଏଣୁ ଉପଯୁକ୍ତ ବ୍ୟବସ୍ଥା ପରେ ସେମାନଙ୍କୁ ଉଚ୍ଛେଦ କରାଯାଉ। ସେହିଭଳି ଜିଏମ କଲେଜ ଛକ, ଜେଲ ଛକ, ଧନୁପାଲି ତଥା ସହରର ଅନ୍ୟାନ୍ୟ ସ୍ଥାନ ଗୁଡିକରେ ଉଚ୍ଛେଦ କରାଯାଇଥିବା ଉଠା ଦୋକାନୀ ମାନଙ୍କୁ ମଧ୍ୟ ଉପଯୁକ୍ତ ଥଇଥାନ କରାଯିବାର ତୁରନ୍ତ ବ୍ୟବସ୍ଥା କରାଯାଉ। ଏଥି ସହ ଉଠା ଦୋକାନୀ ମାନଙ୍କୁ ଦୈନିକ ଟିକସ ଦର ଅଧିକ ଥିବାରୁ ସେ ଗୁଡିକୁ କମ କରିବା ପାଇଁ ମଧ୍ୟ ଦାବି ସଂଘ ତରଫରୁ କରାଯାଇଛି। ପ୍ରାୟ ୧ ଘଣ୍ଟା ଧରି ନିଗମ କାର୍ୟ୍ୟାଳୟ ଘେରାଉ ପରେ କାର୍ୟ୍ୟକାରୀ ଅଧିକାରୀ ଶୁଭଙ୍କର ମହାନ୍ତି ଙ୍କ ସହିତ ସଂଘର କର୍ମକର୍ତ୍ତା ମାନେ ଆଲୋଚନା କରାଯାଇ ସମସ୍ୟା ଗୁଡିକର ସମାଧାନ ନିମନ୍ତେ ପ୍ରତିଶୃତି ପାଇବା ପରେ ଘେରାଉ ହଟିଥିଲା।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories