www.samajalive.in
Saturday, December 13, 2025
23.1 C
Bhubaneswar

ବିଭିନ୍ନ ପଞ୍ଚାୟତ ବୁଲି ସଚେତନ କରୁଛନ୍ତି ଜନ ସମ୍ପର୍କ ଅଧିକାରୀ ଏବଂ ଟିମ୍

ଫୁଲବାଣୀ : କନ୍ଧମାଳ ଜିଲ୍ଲା  ଫିରିଙ୍ଗିଆ ବ୍ଲକର  ବନ୍ଧଗଡ଼ ପଞ୍ଚାୟତ, ଫିରିଙ୍ଗିଆ ପଞ୍ଚାୟତ, ସହ ବିଭିନ୍ନ ପଞ୍ଚାୟତରେ ଅପମିଶ୍ରିତ ପିଡ଼ିଏସ ଚାଉଳ ଦିଆଯିବା ନେଇ ଅଭିଯୋଗ ପରେ ଅଞ୍ଚଳରେ ଭୟର ବାତାବରଣ ଦେଖାଯିବା ସହ ଚାଉଳ ନେବାକୁ ମଧ୍ୟ କିଛି ହିତାଧିକାରୀ ମନା କରିଥିଲେ ତେବେ ଏହି ଘଟଣାକୁ ନେଇ ପଞ୍ଚାୟତର ନିର୍ବାହୀ ଅଧିକାରୀ, ସରପଞ୍ଚ ଓ ଯୋଗାଣ ଅଧିକାରୀଙ୍କୁ କିଛି ହିତାଧିକାରୀ ଅପମିଶ୍ରିତ ଚାଉଳ ନେଇ ଅଭିଯୋଗ ପରେ ବ୍ଲକ ପ୍ରଶାସନ ଓ ଯୋଗାଣ ବିଭାଗ ତରଫରୁ ସ୍ପଷ୍ଟୀକରଣ ଦିଆ ଯିବା ସହ ଭିଟାମିନ ଚାଉଳ ବୋଲି କୁହାଯାଇଥିଲା। ତେବେ କିଛି ପଞ୍ଚାୟତରେ ଯୋଗାଣ ସହାୟକ ମାନେ  ହିତାଧିକାରୀ ମାନଙ୍କ ଆକ୍ରୋଶର ଶିକାର ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏହି ଘଟଣାକୁ ନେଇ ଜନସମ୍ପର୍କ ଅଧିକାରୀ ଅନୁରାଗ ମହାନ୍ତି ଓ ତାଙ୍କ ସହିତ ଟିମ୍ ପ୍ରତ୍ୟେକ ପଞ୍ଚାୟତକୁ ଯାଇ ପଞ୍ଚାୟତରେ ହିତାଧିକାରୀ ମାନଙ୍କୁ ଚାଉଳ ନେବା ସମୟରେ ଚାଉଳ ଭିଟାମିନ ଯୁକ୍ତ ଓ ଏଥିରେ କୌଣସି ଅସୁବିଧା ନାହିଁ ଏହା ଖାଇବା ଦ୍ୱାରା ଶରୀରରେ ପୋଷାକ ତତ୍ତ୍ୱ ବଢିଥାଏ ବୋଲି ସଚେତନ କରିଛନ୍ତି ।ଏହି ପରିଦର୍ଶନ ଓ ସଚେତନତା କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜନସମ୍ପର୍କ ଅଧିକାରୀ ଅନୁରାଗ ମହାନ୍ତି, ଫିରିଙ୍ଗିଆ ଯୋଗାଣ ଅଧିକାରୀ ବାଲକୃଷ ନାୟକ, ଲ୍ୟାମ୍ପ ପରିଚାଳକ କିଶାନ ଦିଗାଲ ସାମିଲ ଥିବା ବେଳେ ସୋମବାର ଫିରିଙ୍ଗିଆ ବ୍ଲକର ଡିଣ୍ଡିରା ଗ୍ରାମ ପଞ୍ଚାୟତ, ଫିରିଙ୍ଗିଆ ପଞ୍ଚାୟତ, ବନ୍ଧଗଡ଼ ପଞ୍ଚାୟତରେ ସଚେତନ କରିବା ସହ ଏହି ଚାଉଳକୁ ନେଇ ସମସ୍ତେ ଖାଇବା ପାଇଁ ବୁଝାଇଛନ୍ତି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories