www.samajalive.in
Saturday, December 6, 2025
15.1 C
Bhubaneswar

ଓରମାସ ପକ୍ଷରୁ ଆମ୍ବ ମେଳା

ଟିଟିଲାଗଡ଼ : ଓରମାସ ବଲାଙ୍ଗିର ପକ୍ଷରୁ ଟିଟିଲାଗଡ଼ ହାଇସ୍କୁଲ ପଡିଆ ଠାରେ ଆଜି ଠାରୁ ୨୧ ତାରିଖ ପର୍ୟ୍ୟନ୍ତ ୭ଦିନିଆ ଆମ୍ବ ମେଳା ଉଦଘାଟନ ହୋଇଛି । ଏହି ମେଳାରେ ଟିଟିଲାଗଡ଼ ବ୍ଳକ ଅନ୍ତର୍ଗତ ୫ଟି ବ୍ଳକର ଚାଷୀ, କୃଷକ ଉତ୍ପାଦକ ଗୋଷ୍ଠୀ ସେମାନଙ୍କ ଉତ୍ପାଦିତ ଆମ୍ବ ବିକ୍ରୟ ନେଇ ଷ୍ଟଲ ଆଦି ବ୍ୟାପକ ବ୍ୟବସ୍ଥା ହୋଇଛି । ଏହି ଅବସରରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରିବନ କାଟି ମେଳାକୁ ଉଦଘାଟନ କରିଥିଲେ । ଉପଜିଲ୍ଲାପାଳ ସମସ୍ତ ଷ୍ଟଲ ବୁଲି ଚାଷୀଙ୍କୁ ଉତ୍ସାହିତ କରିଥିଲେ । ଏହା ସହ ମେଳାର ପ୍ରଚାର ପ୍ରସାର ନେଇ ଆମ୍ବ ରଥକୁ ପତକା ଦେଖାଇ ଯାତ୍ରା ଶୁଭାରମ୍ଭ କରିଥିଲେ । ବିଡ଼ିଓ ନବୀନ ଚନ୍ଦ୍ର ନାୟକ, ବଲାଙ୍ଗିର ଜିଲ୍ଲା ଓରମାସ ଜଏଣ୍ଟ ସିଇଓ କମଳେନ୍ଦୁ ପାଳ, ଟିଟିଲାଗଡ଼ ଉଦ୍ୟାନ କୃଷି ନିର୍ଦେଶକ ମନବୋଧ ମାଝୀ, ଆଶା ସମ୍ପାଦକ ସଞ୍ଜୀବ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories