www.samajalive.in
Saturday, December 6, 2025
14.1 C
Bhubaneswar

ଘରର ତାଜା ଖସି ନାବାଳକ ଗୁରୁତର 

ଆଠଗଡ଼ : ନିଜ ଘରର ତାଜା ଖସି ପଡ଼ିବାରୁ ଜଣେ ନାବାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସେ ହେଲେ କନ୍ଦରପୁର ପଞ୍ଚାୟତ ରାଉତରାପୁର ଗ୍ରାମର ରାଜ କିଶୋର ସାହୁଙ୍କ ପୁଅ ଶ୍ରବଣ କୁମାର ସାହୁ (୧୪) । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆଠଗଡ଼ ଡ଼ାକ୍ତରଖାନାକୁ ନିଆ ଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ରବିବାର ଅପରାହ୍ନରେ ସେ ଘରେ ବସିଥିବା ସମୟରେ ଦୁର୍ବଳ ତାଜାର କିଛି ଅଂଶ ଭାଙ୍ଗି ତାଙ୍କ ଉପରେ ଖସି ପଡ଼ିବାରୁ ତାଙ୍କର ଏହି ଅବସ୍ଥା ହୋଇଛି ବୋଲି ପରିବାର ସୂତ୍ରରୁ ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories