www.samajalive.in
Saturday, December 6, 2025
14.1 C
Bhubaneswar

ପାନୀୟ ଜଳ ସମସ୍ୟା ; ସମାଧାନ ନହେଲେ ପୁଣି ରାସ୍ତାରୋକର ଚେତାବନୀ

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ ବନ୍ଧପାରି ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗାଯୋର ଗ୍ରାମ ଛକ ପଡ଼ାର ବାସିନ୍ଦା ପାନୀୟ ଜଳ ସମସ୍ୟାକୁ ନେଇ ପଞ୍ଚାୟତ ଠାରୁ ବ୍ଲକ୍ ପର୍ୟ୍ୟନ୍ତ ଯାଇ ବାରମ୍ବାର ଗୁହାରୀ ଜଣାଇବା ସତ୍ତ୍ୱେ  କେହି ମଧ୍ୟ କର୍ଣ୍ଣପାତ କରିନଥିଲେ। ଏନେଇ ଏପ୍ରିଲ ୨୮ ତାରିଖ ଶୁକ୍ରବାର ଦିନ ଭୋର ସକାଳୁ ପଡ଼ାବାସୀ ଏକତ୍ରିତ ହୋଇ ବିଶ୍ଵନାଥପୁର ଠାରୁ ବିଜେପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଗରା, ବାଲ୍ଟି ଧରି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ବ୍ଳକ ଜଳଯୋଗାଣ ବିଭାଗ ଯନ୍ତ୍ରୀ ଦଶମନ୍ତ ମାଝୀ ଘଟଣା ସ୍ଥଳେ ପହଞ୍ଚି ସମସ୍ତଙ୍କ ସମ୍ମୁଖରେ ଏକ ଲିଖିତ ଭାବେ ପାଞ୍ଚ ଦିନ ମଧ୍ୟରେ ନଳକୂପ ଖନନ କରି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଯନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ରାସ୍ତା ରୋକରୁ ଓହରି ଥିଲେ ପଡ଼ାବାସୀ । ଡ଼ଙ୍ଗାଯୋର ଗାଁ ଛକ ପଡ଼ାବାସୀର ବହୁ ଆଶା ଥିଲା ଏଥର ଆମର ଜଳ ସଙ୍କଟ ଦୂର ହେବ । ପ୍ରତିଶ୍ରୁତିର ଆଜକୁ ପ୍ରାୟ ୧୬ ଦିନ ବିତି ଯାଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ଗାଁରେ ନଳକୂପଟିଏ ଖୋଳା ହୋଇ ପାରିଲା ନାହିଁ । ଏନେଇ ପଡ଼ାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଗାମୀ ୫ ଦିନ ମଧ୍ୟରେ ଯଦି ସମସ୍ୟାର ସମାଧାନ କରା ନ ଯାଏ ତାହାହେଲେ ପୁଣି ରାସ୍ତା ରୋକ କରିବା ସହ ଜିଲ୍ଲାପାଳ ନିକଟକୁ ଯିବୁ ବୋଲି ମତ ପ୍ରକାଶ କରିଛନ୍ତି । ଏଣୁ ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories