www.samajalive.in
Saturday, December 6, 2025
23.1 C
Bhubaneswar

କାର ସହିତ ଗଞ୍ଜେଇ ଜବତ : ୨ ଗିରଫ 

ସମ୍ବଲପୁର : ସମ୍ବଲପୁର ଠାରେ ଥିବା ଗୁଇନ୍ଦା ଅବକାରୀ ବିଭାଗ ତରଫରୁ ନିଶା କାରବାରରେ ଅଙ୍କୁଶ ଲଗାଇବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଥିବା ବେଳେ ଅନେକ ସମୟରେ ଗଞ୍ଜେଇ ଜବତ କରାଯାଉଛି। ଏହି କ୍ରମରେ ରବିବାର ଅଚାନକ ବିଜୁ ଏକ୍ସପ୍ରେସ ୱେର ଶାସନ ଟୋଲ ଗେଟ ନିକଟରେ ଚେକିଂ କରାଯାଇଥିଲା। ଉକ୍ତ ଚେକିଂ ସମୟରେ ସନ୍ଦିଗ୍ଧ ଭାବରେ ଯାଉଥିବା ଏକ ଦାମୀ କାରକୁ ଅଟକାଇ ଅବକାରୀ ବିଭାଗର ଗୁଇନ୍ଦା ଦଳ ଚେକିଂ କରିଥିଲେ। ଚେକିଂ ସମୟରେ ଉକ୍ତ ଗାଡିରେ ଲୁକ୍କାୟିତ ଭାବରେ ରଖାଯାଇଥିବା ୨ଟି ବସ୍ତାରୁ ସମୁଦାୟ ୪୨ କିଗ୍ରା ଗଞ୍ଜେଇ ଜବତ କରାଯାଇଥିଲା। ଗାଡିରେ ବେଆଇନ ଭାବରେ ଗଞ୍ଜେଇ ଚାଲାଣକାରୀ ଝାଡଖଣ୍ଡ ରାଜ୍ୟର ରାଞ୍ଚି ନିବାସୀ ଅମନ ପାଠକ (୨୬) ଓ ରାଞ୍ଚି  ଜିଲାର ତଟସିଲୱାନୀର ନିବାସୀ କୁନ୍ଦନ ଶର୍ମା (୨୯)ଙ୍କୁ ଧରିଥିଲା। ଅଭିଯୁକ୍ତ ମାନେ ଏହି ଗଞ୍ଜେଇକୁ ବେଆଇନ ଭାବରେ ବୌଦ୍ଧ ଜିଲାରୁ ଝାଡଖଣ୍ଡର ରାଞ୍ଚିକୁ ଚାଲାଣ କରୁଥିବା ଅବକାରୀ ଦଳ ଜେରା ସମୟରେ କହିଛନ୍ତି। ଏ ନେଇ ଏକ ମାମଲା ରୁଜୁ କରି ଅବକାରୀ ବିଭାଗ ଗଞ୍ଜେଇ ଗୁଡିକୁ ଜବତ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି। ଜବତ ହୋଇଥିବା ଗଞ୍ଜେଇ ଓ ଗାଡିର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଚଢ଼ଉ ଅଭିଯାନରେ ଉପ ଆରକ୍ଷୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ନେତୃତ୍ୱରେ ବନମାଳୀ ରଣା, ଅଲେଖ ପ୍ରଧାନ ଓ ଅନ୍ୟ କର୍ମଚାରୀ ମାନେ ସାମିଲ ରହିଥିଲେ।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories